ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ଏବଂ ଉକ୍ତ ଅନୁଦାନରେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସମୟରେ ମନ୍ଦିର ସମ୍ମୁଖ ୱାଡର଼୍ ନମ୍ବର ୭ ଦେଉଳସାହିରେ ସାହିର ପିଲାମାନଙ୍କ ଖେଳକୁଦ ଓ ମନୋରଞ୍ଜନ ନିମନ୍ତେ ରହିଥିବା ଏକ ଛୋଟ ପାର୍କକୁ ଭାଙ୍ଗି ପୌର ପ୍ରଶାସନ ପକ୍ଷରୁ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବା ନିମନ୍ତେ ଲେଆଉଟ ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକୁ ନବ ଗଠିତ ମନ୍ଦିର ମଠ ସୁରକ୍ଷା ସମିତି ପକ୍ଷରୁ ଗତ ଏପ୍ରିଲ ୨୫ ସନ୍ଧ୍ୟାରେ ବିରୋଧ କରାଯିବା ଫଳରେ ନିଅଁ ଖୋଳା ବନ୍ଦ ରହିଛି । ଏହା ପରେ ଆଜି ସମିତି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଦେବୋତ୍ତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଏକ ୩ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବଗୁଡ଼ିକରେ ମନ୍ଦିର ସମ୍ମୁଖଭାଗରୁ ମହାରାଣୀ ଧର୍ମଶାଳା ପର୍ଯ୍ୟନ୍ତ କୌଣସି ଘର ନିର୍ମାଣ କରାନଯାଉ । ଫଳରେ ଦୂରରୁ ଭକ୍ତ ବା ଶ୍ରଦ୍ଧାଳୁମାନେ ମନ୍ଦିରକୁ ବିନା ବାଧାବିଘଷ୍ନରେ ପରିଷ୍କାର ଭାବେ ଦର୍ଶନ ଲାଭ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି । ସେହିପରି ମନ୍ଦିର ସିଂହଦ୍ୱାରଠାରୁ ମନ୍ଦିର ସମ୍ମୁଖରେ ରହିଥିବା ଶିଶୁ ଉଦ୍ୟାନର ଶେଷ ଭାଗ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପୁରୀର ବଡ଼ଦାଣ୍ଡ ଭଳି କେବଳ ମଝି ରାସ୍ତାକୁ ବାଦ ଦେଇ ସୁନ୍ଦର ଟାଇଲ ବିଛାଯିବା ସାଙ୍ଗକୁ ଦୁଇ ପାଶ୍ୱର୍ରେ ସବୁଜ ଗଛମାନ ରଖାଯାଇ ଏକ ସବୁଜ ବଳୟ ସୃଷ୍ଟି କରାଯିବା ଏବଂ ମନ୍ଦିର ଡ଼ାହାଣ ପାସ୍ୱର୍ରେ ନୂତନ ଭାବେ ପ୍ରସ୍ତାବିତ ପାଚେରୀ ନିର୍ମାଣ କରାଯିବା ସହ ଭୋଗ ଦୋକାନ ଓ ଜୋତାଷ୍ଟାଣ୍ଡ ନିମନ୍ତେ ୨ଟି କୋଠରୀ ନିର୍ମାଣ କରାଯିବା ଅଥବା ମନ୍ଦି ସମ୍ମୁଖ ରାସ୍ତା ପାଶ୍ୱର୍ରେ ରହିଥିବା ପୁରାତନ ନାଗରାଭାଡ଼ିର ତଳ ମହଲାକୁ ମରାମତି କରାଯାଇ ସେଠାରେ ଭୋଗ ଦୋକାନ, ଜୋତାଷ୍ଟାଣ୍ଡ ଏବଂ ସେବାୟତ ଓ ଭକ୍ତମାନଙ୍କ ନିମନ୍ତେ ଏକ ଶୌଚାଳୟ ନିର୍ମାଣ କରାଯିବା ନିମନ୍ତେ ବାରିପଦା ମନ୍ଦିର ମଠ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଦିଆଯାଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।
ପୁଣି, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ନିମନ୍ତେ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ରହିଥିବା ୫ ଶହ ବର୍ଷର ପୁରୁଣା ବର ଓ ଅଶ୍ୱସ୍ଥ ଗଛକୁ କାଟି ସଫା କରାଯିବା ସାଙ୍ଗକୁ ପୁରାତନ ସ୍ମୃତି ଓ ଐତିହ୍ୟ ସହିତ ଜଡ଼ିତ ରହିଥିବା ଏବଂ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଜ୍ଞାତି, କୁଟୁମ୍ବମାନଙ୍କ ସମାଧିସ୍ଥଳକୁ ଭାଙ୍ଗି ସଫା କରିଦିଆଗଲା । ଏହି ସମୟରେ ବର୍ତ୍ତମାନ ମନ୍ଦିର ସୌନ୍ଦର୍ଯ୍ୟ କରଣ ନାମରେ ମନ୍ଦିର ସମ୍ମୁଖରେ କିଛି ଅତୀତର ସ୍ମୃତି ସହିତ ଜଡ଼ିତ ରହିଥିବା ସାଙ୍ଗକୁ ପାର୍କରେ ମୟୂରଭଞ୍ଜ ଜିଲ୍ଲା ପ୍ରଥମ ପଦ୍ମଶ୍ରୀ ଉପାଧି ପାଇଥିବା ତଥା ପ୍ରତ୍ନତତ୍ୱବିତ ଐତିହାସିକ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଛୋଟ ଛୋଟ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ସାହିର ଏକମାତ୍ର ଶିଶୁ ଉଦ୍ୟାନକୁ ଭାଙ୍ଗି ସେଠାରେ ଦୋକାନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ମନ୍ଦିର ମଠ ସୁରକ୍ଷା ସମିତି ପକ୍ଷରୁ ନାପସନ୍ଦ କରିବା ସହ ବିରୋଧ କରିଛନ୍ତି । ମନ୍ଦିର ସମ୍ମୁଖରେ ଏହି ଦୋକାନ ଘର ନିର୍ମାଣ ମନ୍ଦିରର ସୌନ୍ଦର୍ଯ୍ୟ ହାନୀର କାରଣ ପାଲଟୁ ଥିବାରୁ ଏହାର ପୁର୍ନବିଚାର କରିବାକୁ ଦାବୀ କରାଯାଇଛି ।