ହେଡଲାଇନସ୍:

ଯୁବ ପିଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତି : ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଯୁବଜନତା ଦଳ ପକ୍ଷରୁ କୃତଜ୍ଞତା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁବ ପିଢିଙ୍କୁ ନିଶୁଳ୍କ ଟୀକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବଜନତା ଦଳ ପକ୍ଷରୁ ୱେବିନାର  ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଅଛି ।ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା  ବିଧାୟକ ଡଃ. ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ମୁଖ୍ୟ ଅତିଥି ରୁପେ ବିଜୁଜନତା ଦଳର ସାଙ୍ଗଠନିକ ସଂମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ରାଜ୍ୟର କୋଭିଡ ସ୍ଥିତି ସମ୍ବଦ୍ଧରେ ଆଲୋଚନା କରି କହିଥିଲେ କି “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  କ୍ରମେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଯୁବବିଜେଡି ପକ୍ଷରୁ କୋଭିଡ ହେଲ୍ପଲାଇନ  ନମ୍ବର ଜାରି କରାଯିବ ଏବଂଏହି କୋଭିଡ ହେଲ୍ପଲାଇନ ନମ୍ବର ସହାୟତାରେ ସମସ୍ତ ଯୁବକମାନଙ୍କ ପାଇଁ କୋଭିଡ୍ ମହାମାରି ସମ୍ବନ୍ଧୀୟ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଟିକାକରଣ ବ୍ୟବସ୍ଥାରେ ମଧ୍ୟ ସହାୟତାର ହାତବଢାଇବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ ।କୃତଜ୍ଞତା ସଭାର ସଭାପତି ଶ୍ରୀ ରାୟ କହିଥିଲେ କି “ଯୁବ ପିଢିଙ୍କୁ ନିଶୁଳ୍କ ଟୀକା ପ୍ରଦାନ ନିଷ୍ପତି ଏବଂ ଦେଶର ଅନ୍ୟ ରାଜ୍ୟକୁ ଅମ୍ଳଜାନ ସଂଙ୍କଟ ସମୟରେ ଅମ୍ଳଜାନ ଯୋଗାଇବା ଉଭୟ ଐତିହାସିକ ନିଷ୍ପତ୍ତି” । ୧୮ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଯୁବପିଢିମାନଙ୍କ ଟୀକାକରଣ ପାଇଁ ରାଜ୍ୟସରକାର ୨୦୦୦ କୋଟିର ଆର୍ଥିକ ବୋଝ ବ୍ୟୟବରାଦ କରିଥିବାରୁ ବିଜୁ ଯୁବଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସମ୍ମାନୀତ ଅତିଥି ରୁପେ ବିଜୁଜନତା ଦଳର ରାଜ୍ୟସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ପାଇଁ ଭୁୟସୀ ପ୍ରସଂଶା କରିବା ସହ ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ କୋଭିଡ ହେଲ୍ପଲାଇନ ନମ୍ବର ଜାରୀ କରାଯିବା ସମ୍ବନ୍ଧୀୟ ବିସ୍ତୃତ ଖସଡା ପ୍ରଦାନ କରିଥିଲେ ।ଏହି କୃତଜ୍ଞତା ସଭାରେ ଆଇ.ଟି ସଂଯୋଜକ ଶ୍ରୀସୁବ୍ରତ ଛାଟୋଇଏବଂ ଯୁବ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ୩୫ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ ବୋଲି ବିଜୁ ଯୁବଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି |

 

0
0
0
s2sdefault