ହେଡଲାଇନସ୍:

ଜୀବନ ଥାଉ ଜୀବିକା ବି ଥାଉ, କାହାର ଯେମିତି କିଛି  ଅସୁବିଧା ନହେଉ : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୋକାନ ବଜାର ଖୋଲିବା ସମୟ ପରବର୍ତ୍ତନ ନିମନ୍ତେ ପ୍ରଶାସନକୁ ଅନୁରୋଧ ଜଣାଇଲେ ରାୟଗଡର ବିଭିନ୍ନ ବାଣିଜ୍ୟକ ସଂଗଠନ  

ରାୟଗଡ/ ସରୋଜ କୁମାର ସାହୁ -ରାୟଗଡ ସହରର ବିଭନ ବଣିକ ସଂଘର କର୍ମକର୍ତ୍ତାମାନେ ଆଜି ଆପରାହ୍ନରେ ଜିଲ୍ଲାପାଳ ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ନିଜ ଆଡୁ ଆସି ଭେଟି କୋଭିଡ ପାଇଁ ବ୍ୟବସାୟିକ ସମୟ ପରିବର୍ତ୍ତନ ନିମନ୍ତେ ଅନୁରୋଧ କରିଥିଲେ l ଏଥିରେ ଜିଲ୍ଲା ଆରକ୍ଷୀ  ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରୟାଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଉପସ୍ଥିତ ଥିଲେ l

ଏଥିରେ ମୁଖ୍ୟତଃ ଜିଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦୃଷ୍ଟିରେ ରଖି ବଣିକ ସଂଘର କର୍ମକର୍ତ୍ତା ମାନେ ଦୋକାନ ବଜାର ଖୋଲିବା ସମୟକୁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ ଓ ପ୍ରଶାସନର ସବୁ ନିଷ୍ପତ୍ତିକୁ ସ୍ୱାଗତ କରି ସହଯୋଗ କରିବୁ ବୋଲି ପ୍ରକାଶ କରିଥିଲେ l ପ୍ରସ୍ତାବ ଅନୁସାରେ ଜିଲ୍ଲାପାଳ ରାୟଗଡ କହିଲେ ଯେ ସବୁ ନିଷ୍ପତ୍ତି ଆପଣ ମାନଙ୍କର, ସମସ୍ତଙ୍କ ହିତ ଦୃଷ୍ଟିରୁ ପଦକ୍ଷେପ  ନେବା l ଜୀବନ ଥାଉ ଜୀବିକା ବି ଥାଉ, କାହାର ଯେମିତି କିଛି  ଅସୁବିଧା ନହେଉ ଆମେ ସମସ୍ତେ ଚେଷ୍ଟାକରିବା l ସମସ୍ତ କର୍ମକର୍ତ୍ତା ସକାଳ 7.00ଘଟିକାରୁ ଅ.ଘ.2.00ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ନିମନ୍ତେ ପ୍ରସ୍ତlବ ଦେଇଥିଲେ l କିନ୍ତୁ ବଣିକ ସଂଘର ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ ଆଜି ରାତିରେ ବୈଠକ ଡାକି ଆମେ ନିଷ୍ପତି ନେବୁ ତlପରେ ଘାଷଣl କରି ସମସ୍ତଙ୍କୁ ଜଣାଇଦେବୁ ବୋଲି କହିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର କୋଭିଡର ଭାୟାବହତା ଉପରେ ସମସ୍ତଙ୍କୁ ସତର୍କ କରାଇଥିଲେ ଏବଂ କହିଥିଲେ ଆମେ ସମସ୍ତେ ସଚେତନତା ହୋଇ କାର୍ଯ୍ୟ ନ କଲେ ଆଗକୁ ବହୁତ ଆସୁବିଧା ହେବ ବୋଲି କହିଥିଲି l ବ୍ୟବସାୟ କ୍ଷେତ୍ରରେ ପ୍ରଶାସନ ହସ୍ତକ୍ଷେପ କରିବ ନାହିଁ ବଣିକ ସଂଘ ନିଜେ ନିଜେ ନିଷ୍ପତ୍ତି ନିଅନ୍ତୁ ଓ ଜନସାଧାରଣଙ୍କୁ ନିବେଦନ କରିବାକୁ କହିଥିଲେ l କୋଭିଡ ନିୟମ ପାଳନ ଓ ପ୍ରତ୍ୟେକ  ଦୋକାନରେ ମାସ୍କ ବ୍ୟବହାର, ସାମାଜିକ ଦୂରତା, ଓ ସାନିଟାଈଜର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ  ଆରକ୍ଷୀ  ଅଧିକ୍ଷକ ଶ୍ରୀ ଶର୍ମା ଆନୁରୋଧ କରିଥିଲେ l ଅମାନିଆଙ୍କ ଠlରୁ ପ୍ରଶାସନ ଜୋରିମାନା ଆଦାୟ କରିବ ବୋଲି କହିଥିଲେ l

ଆଜିର ଏହି  ଆଲୋଚନାରେ ବଣିକ ସଂଘର କର୍ମ କର୍ତ୍ତା, ହୋଟେଲ ଆସୋସିଏସନର କର୍ମକର୍ତ୍ତା,ସୁନା  ବ୍ୟବସାୟ ସଙ୍ଘ, କ୍ରସର ୟୁନିୟନ ସଂଘ, ପରିବl ବିକାଳୀ ସଂଘ, ମେନ ରୋଡ଼ ମାର୍କେଟ ସଂଘ ଆଦିର କର୍ମକର୍ତ୍ତାମାନେ ଆସି ଜିଲ୍ଲା ପ୍ରଶାସନକୁ ସମୟ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ l ଜିଲ୍ଲା ପ୍ରଶାସନ ରାୟଗଡ ବଣିକ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ l

 

0
0
0
s2sdefault