ହେଡଲାଇନସ୍:

ଆଉ କେତେ ସରି ହେଲେ ଚେତିବା ଆମେ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ କୋଭିଡ-୧୯ କଟକଣାକୁ ମାନୁ  ନାହାଁନ୍ତି  ଜିସିଡି ହାଇସ୍କୁଲ ପଡିଆରେ ଥିବା ମାଛ ଓ ମାଂସ ଦୋକାନୀ 

ରାୟଗଡ(ସରୋଜ କୁମାର ସାହୁ): ସମଗ୍ର ଦେଶରେ କୋରନା ଉଗ୍ର ରୂପ ନେଇ ସାରିଛି । ଦିନକୁ ଦିନ କୋରନା ରୋଗୀଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ଡାକ୍ତରଖାନାରେ ବେଡର ଅଭାବ ଘୋର ସଙ୍କଟ ପରିସ୍ଥିତି ଦେଖା ଦେଇଛି । ବର୍ତମାନ ଅକ୍ସିଜେନ ଅଭାବରୁ ଦିନକୁ ଦିନ ମୃତୁ୍ୟହାର ବଢିବାରେ ଲାଗିଛି । କିଛି ରାଜ୍ୟରେ କୋରନା ରୋଗୀ ଓ ଏଥିରେ ମୃତଙ୍କ ସଂଖ୍ୟା ଅଣାଆୟତ ହୋଇପଡିଛି । ଆମରାଜ୍ୟ ଓଡିଶାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରାୟ ୧୦ ଗୋଟି ଜିଲ୍ଲାରେ କରୋନାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ରୋଗୀ ଡାକ୍ତରଖାନାରେ ମରୁଛି ତ କେଉଁଠି ଡାକ୍ତରଖାରେ ବେଡ ଅଭାବରୁ ଡାକ୍ତରଖାର ପିଣ୍ଢାରେ ପଡି ଛଟପଟ ହୋଇ ରୋଗୀ ମରିବା ନଜରକୁ ଆସୁଛି । ଏଭଲି ପରିସ୍ଥିତିରେ ନା ଲୋକେ ସଚେତନ ହେଉଛିନ୍ତି ନା ଜିଲ୍ଲା ପ୍ରଶାସନ ଠିକରେ ନିୟମ ଖିଲାପକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସେହିଭଳି ରାୟଗଡ ସଦର ମହକୁମାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାୟଗଡ ଜିଲ୍ଲାର ସଦର ମହକୁମାରେ ଥିବା ଦୋକାନ ଗୁଡିକରେ ଓ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ହେଲେ ଏତେ ହେଲାଣି , ଆଉ କେତେ ସରି ହେଲେ ଚେତିବା ଆମେ !!!

ଜିଲ୍ଲା ପ୍ରଶାସନ ଏଥି ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦୋକାନକୁ ସିଲ କରିବା ସହ ଜୋରିମାନା ଆଦାୟ କରୁଥିଲେ ମଧ୍ୟ ବ୍ୟବସାୟୀ ମାନେ ଏହି ନିୟମକୁ ମାନୁ ନଥିବା ଦେଖିବାକୁ ମିଳୁଛି । ଖାସ କରି ରାୟଗଡ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଖୋଲା ଯାଇଥିବା ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ ପରିଲିଖିତ ହେଉଛି ନା ସଂପୃକ୍ତ ଦୋକାନି କୋରନା ନିୟମ ପାଳନ କରୁଛନ୍ତି ନା ଗ୍ରାହକ ସେଠାରେ ପୋଲିସ କର୍ମଚାରୀ ଓ ମ୍ୟୁନିସିପାଲିଟିର କର୍ମଚାରୀ ଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ଉକ୍ତ ଖୋଲା ଯାଇଥିବା ମାଛ ଓ ମାଂସ ଦୋକାନ କୋରନା ମହାମରୀର ବାହକ ନ ସାଜିବ ଏହାକୁ ଏଡାଇ ଦିଆଯାଇ ନ ପାରେ । ବେଳ ଥାଉଣୁ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ସଜାଗ ହେବା ଦରକାର । ରାୟଗଡ ଜିଲ୍ଲାରେ କୋରନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାୟଗଡ ଜିଲ୍ଲାରେ ସରକାରୀ ହିସାବରେ ବର୍ତମାନ ସୁଧା ୭୮୪ ଜଣ ରୋଗୀ ସକ୍ରୀୟ ରହିଥିବା ବେଳେ ଆଜି ୭୫ ଜଣ କୋରନାରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛିନ୍ତି ସେଥିରେ ଜିଲ୍ଲାର ଗୁଡାରୀ ବ୍ଲକରୁ ୧ ଜଣ, ଗୁଣୁପୁର ବ୍ଲକର ଗ୍ରାମାଂଚଳରୁ ୩ ଜଣ, ଗୁଣୁପୁର ସଦରରୁ ୧୬ ଜଣ, କାଶୀପୁର ବ୍ଲକରୁ ୧ ଜଣ, କୋଲନରା ବ୍ଲକରୁ ୩ ଜଣ, ମୁନିଗୁଡା ବ୍ଲକରୁ ୩ ଜଣ ପଦ୍ମପୁର ବ୍ଲକରୁ ୫ ଜଣ, ରାମନାଗୁଡା ବ୍ଲକରୁ ୫ ଜଣ, ରାୟଗଡ ବ୍ଲକରୁ ୬ ଜଣ ଓ ରାୟଗଡ ସଦରରୁ ୩୨ ଜଣ କୋରନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛିନ୍ତି । ସେଥିରୁ ପୁରୁଷଙ୍କ ସଂଖ୍ୟା ୪୭ ଜଣ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୨୮ ଜଣ ରହିଛି । ବର୍ତମାନ ସରକାରୀ ହିସାବରେ ଜିଲ୍ଲାରେ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଜିଲ୍ଲାରେ ପଡୋଶୀ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ଗଳାବାଟ ଦେଇ ଜିଲ୍ଲାକୁ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଲୋକେ ପ୍ରବେଶ କରୁଛନ୍ତି ଯା ଦ୍ୱାରା ଏହି ମହାମାରୀ ସଂକ୍ରମଣ ବଢି ନ ଯିବ କିଏ କହିବ । ବର୍ତମାନ ଜିଲ୍ଲା ପ୍ରଶାସନ ତରଫରୁ ଡୋର-ଟୁ-ଡୋର ଯାଂଚ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ଜିଲ୍ଲା ପ୍ରାଶାସନ ଏହି ନିୟମକୁ କଡାକଡି କରି ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ବର୍ତମାନ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ନ ହେଲେ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଏଡାଇ ଦିଆ ନ ଯାଇପାରେ ।    

 

0
0
0
s2sdefault