ପଦ୍ମପୁର/ଝାରବନ୍ଧ (ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ପ୍ରତ୍ୟେକ ଦିନ ନୁଆଁ ନୁଆଁ ଲୋକ କରୋନା ମହାମାରୀର ଆକ୍ରୋଶର ଶିକାର ହେଉଛନ୍ତି । କରୋନାରେ ଆକ୍ରାନ୍ତ ହେଲା ପରେ କିଛି ଲୋକ ଘରୋଇ ସଙ୍ଗରୋଧରେ ରହୁଛନ୍ତି ଏବଂ ଯାହାର ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଉଛି ସେମାନେ ବରଗଡ଼ କୋଭିଡ଼ ହସପିଟାଲ ଅଥବା ଅନ୍ୟ ଜାଗାରେ ଚିକିତ୍ସିତ ହେଉଛନ୍ତି । ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତ୍ତୀ ବ୍ଳକ ଝାରବନ୍ଧର ଲୋକମାନେ କରୋନା ଆକ୍ରାନ୍ତ ହୋଇ ବରଗଡ଼ କୋଭିଡ଼ ହସପିଟାଲକୁ ଯାଇ ଚିକିତ୍ସିତ ହେବା ସମ୍ଭବପର ହେଉନାହିଁ । ଝାରବନ୍ଧ ବ୍ଳକ ବରଗଡ଼ ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ । ଏହି ସବୁ ସମସ୍ୟାକୁ ଦୄଷ୍ଟିରେ ରଖି ଝାରବନ୍ଧ ବ୍ଳରେ ପଚାଶ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲିବା ପାଇଁ ଝାରବନ୍ଧ ଜିଲ୍ଲା ପରିଷଦ ସଭ୍ୟା କୁମୁଦିନି ସାହୁଙ୍କ ନେତୄତ୍ବରେ ଏକ ପ୍ରତିନିଧି ଦଳ ଝାରବନ୍ଧ ବିଡ଼ିଓ ଦେବାଶିଷ ସିହ୍ନାଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଜୟ ନିଗମ,ମାନଭଞ୍ଜନ ମିର୍ଧା,ରମେଶ ଦାଶ,ରାମକୃଷ୍ଣ ପ୍ରଧାନ ଓ ଅଜିତ ସାହୁ ଉପସ୍ଥିତ ଥିଲେ ।
ରାଜ୍ୟ
ଝାରବନ୍ଧ ବ୍ଳକରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲିବା ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦାବିପତ୍ର ପ୍ରଦାନ ।
- Hits: 1169