ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟବାସୀଙ୍କୁ ମାଗଣା ଟିକା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ନେଇଥିବା ଏହି ବଡ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨କୋଟି ଓଡିଶାବାସୀ ଉପକୃତ ହେବେ । ରାଜ୍ୟବାସୀଙ୍କୁ ମାଗଣା ଟିକା ପ୍ରଦାନ ବାବଦରେ ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟ ହେବ । କରୋନା ଭଳି କଠିନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଐତିହାସିକ ନିଷ୍ପତ୍ତି ଯୋଗୁଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ତରଫରୁ ଶ୍ରୀ ଜେନା ତାଙ୍କୁ ପୁଣିଥରେ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତିରାଜ ମନ୍ତ୍ରୀ
- Hits: 318