ଭୁବନେଶ୍ୱର (ଶାସକ ପ୍ରଶାସକ) : " କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ" | ଏହି କଥା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ |
ମନ୍ତ୍ରୀ କହିବା ଅନୁସାରେ କେହି ଜଣେ ବଦମାସୀ କରିଛି | ସେଇଟା ତାଙ୍କ ଏକାଉଣ୍ଟ ନୁହଁ | ହେଲେ ଏତେବଡ ସମ୍ବେଦନଶୀଲ ପ୍ରସଙ୍ଗରେ କିଏ ସେଇ ପାମର, ଯିଏ କି ଏତେବଡ଼ ଧୃଷ୍ଟତା କଲା | ତା ବିରୋଧରେ ମନ୍ତ୍ରୀ ମହୋଦୟ ଏତଲା ଦେଇଛନ୍ତି ତ ! ଆମ ବିଶ୍ୱାସ ନିଶ୍ଚୟ ଦିଆଯାଇଥିବା ଓ ଖୁବ ଶୀଘ୍ର ରାଜ୍ୟ ପୋଲିସ ର ସାଇବର ସେଲ ସମ୍ପୃକ୍ତ ପାମରକୁ ଧରିବ | ଅପେକ୍ଷା କେତେଦିନ ଲାଗୁଛି ଧରିବାକୁ ସେ ପାମରକୁ, ଅପେକ୍ଷା ରହିଲା | ପୋଲିସ ବା ମନ୍ତ୍ରୀ ନିଶ୍ଚୟ ଆଗାମୀ ସମୟରେ ସ୍ପଷ୍ଟ କରିବେ ବୋଲି ଆପେକ୍ଷା ରାଜ୍ୟବାସୀ |