ହେଡଲାଇନସ୍:

ପଶ୍ଚିମବଙ୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ‘ପୂର୍ବୋଦୟ’ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ‘ପୂର୍ବୋଦୟ’ର କଳ୍ପନା - ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଳ୍ପନା କରାଯାଇଥିବା ‘ପୂର୍ବୋଦୟ’ ଏକ ନାରା ନୁହେଁ, ଏକ ରାଜନୈତିକ ବିଷୟ ନୁହେଁ ବରଂ ପୂର୍ବ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ଏକ କଳ୍ପନା ବୋଲି ଶନିବାର ‘ପୂର୍ବୋଦୟ’ ଉପରେ ଆୟୋଜିତ ଏକ ଭର୍ଚୁଆଲ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କାର୍ଯ୍ୟକ୍ରମରେ ପୂର୍ବ ଭାରତ ପାଇଁ ଥିବା ନୂଆ ସମ୍ଭାବନା ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମବଙ୍ଗର ନିର୍ବାଚନ ‘ପୂର୍ବୋଦୟ’ ପାଇଁ ନୁହେଁ ବରଂ ‘ପୂର୍ବୋଦୟ’ ମାଧ୍ୟମରେ ପଶ୍ଚିମବଙ୍ଗର ଭବିଷ୍ୟତର ବିକାଶ ପାଇଁ । ପଶ୍ଚିମବଙ୍ଗରେ ନୂତନ ସୂର୍ଯ୍ୟ ଉଦୟ ପାଇଁ ଏଥର ନିର୍ବାଚନ । ବର୍ତମାନ ସମୟରେ ନୂଆ ବିଚାର ଆପଣାଇବାକୁ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ପୂର୍ବ ଭାରତର ବିକାଶ ପାଇଁ ପୂର୍ବପୁରୁଷ ମାନଙ୍କର ବିଚାରକୁ ଆପଣାଇବାକୁ ହେବ । ବର୍ତମାନ ସମୟରେ ପୂର୍ବୋଦୟର ଆବଶ୍ୟକତା କାହିଁକି? କେବଳ ଭୌଗଳିକ ଦୃଷ୍ଟିରୁ ପୂର୍ବ ଭାରତ ସମ୍ପନ୍ନ ନୁହଁ ବରଂ ଏହି ଅଂଚଳରେ ବସବାସ କରୁଥିବା ଲୋକମାନେ ମଧ୍ୟ ବୌଦ୍ଧିକ କ୍ଷମତା ଦୃଷ୍ଟିରୁ ତୀକ୍ଷ୍ଣ ମଧ୍ୟ । ତେଣୁ ନୂଆ ଭାରତର ନିର୍ମାଣ ପାଇଁ ପୂର୍ବ ଭାରତରେ ଥିବା ସମ୍ଭାବନା ଏବଂ ମାନବସମ୍ବଳକୁ ଉପଯୋଗ କରିବାକୁ ହେବ ।

ସେହିପରି ସାମ୍ପ୍ରତିକ ସମୟରେ ଆମର ପୂର୍ବପୁରୁଷ ସୁବାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋରଙ୍କ ବିଚାର ମାଧ୍ୟମରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବାକୁ ପଡ଼ିବ । ଟାଗୋରଙ୍କ ଆଧ୍ୟାତ୍ମିକ ଚେତନାକୁ ଉପଯୋଗ କରି ନୂଆ ଭାରତ ନିର୍ମାଣରେ ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତକୁ ଆଗେଇ ନେବା ପାଇଁ ପଡ଼ିବ । ଏହି ଭର୍ଚ୍ଚୁଆଲ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଗଣତନ୍ତ୍ର ଏବଂ ସୁଶାସନ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ ।

0
0
0
s2sdefault