ପୁଣି ତିନିଦିନ ଘୁଂଚିଲା ପିପିଲି ଭୋଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମେ ୧୩ ରେ  ପିପିଲି ଉପନିର୍ବାଚନ ପାଇଁ ଭୋଟ ହେବାର ଥିଲା | ମେ ୧୮ ତାରିଖ ସୁଦ୍ଧା ଭୋଟ ପ୍ରକ୍ରିୟା ସାରିବାର ଥିଲା | ହେଲେ ତାହା ଘୁଂଚିଲା  ୧୬ ତାରିଖକୁ  | ୧୩ ତାରିଖରେ ଇଦ ଉଲ ଫିତର ପଡ଼ିବାର ଥିବାରୁ ଭୋଟ ଦାନ ଆଉ ତିନିଦିନ ଘୁଂଚାଇଦିଆଗଲା ବୋଲି ନିର୍ବାଚନ କମିଶନ ପକ୍ଷରୀ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି | ଭୋଟ ଗଣତି ୧୯ ତାରିଖରେ ହେବ | ସମସ୍ତ ଭୋଟ ପ୍ରକ୍ରିୟା ୨୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି | 

0
0
0
s2sdefault