କୋଭିଡ଼ ନିୟମ ଉଲଙ୍ଘନ ଯୋଗୁଁ ପ୍ରଶାସନ ପକ୍ଷରୁ ମିନାକ୍ଷୀ ଜ୍ବେଲେରୀ ସିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-କୋଭିଡ଼ର ଦ୍ବିତୀୟ ଲହରରେ ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାର ବିଭିନ୍ନ ନିୟମମାନ କରିଛନ୍ତି । ମାକ୍ସ ପରିଧାନ,ସାମାଜିକ ଦୂରତ୍ୱ କୁ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁ ଅମାନିଆ ମାନେ ନିୟମ ଭଙ୍ଗ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରୁଛନ୍ତି । ପଦ୍ମପୁର ସହରର ମଧ୍ୟ କୋଭିଡ଼ ନିୟମ ପାଳନ କଡାକଡି ଭାବରେ ଚାଲିଛି। ପଦ୍ମ ସହରର ମିନାକ୍ଷୀ ଜ୍ବେଲେରୀ କୋଭିଡ଼ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ଆଜି ପ୍ରଶାସନ ପକ୍ଷରୁ ଦୋକାନକୁ ସିଲ କରାଯାଇଛି । ଏହି ଦୋକାନ ସିଲ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault