ସ୍କିମ୍ ଅଧିକାରୀମାନଙ୍କ ସହ କୃଷିମନ୍ତ୍ରୀଙ୍କ ବୈଠକ
ସମନ୍ୱିତ କୃଷି କାର୍ଯ୍ୟ ଏବଂ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିାଁ ତେଣୁ କୃଷି କାର୍ଯ୍ୟ ନିମନ୍ତେ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
ଆଜି କୃଷି ବିଭାଗର ସମସ୍ତ ସ୍କିମ୍ ଅଧିକାରୀଙ୍କ ସହିତ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନା ବାବଦୀୟ ଖର୍ଚ୍ଚରେ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଯୋଜନା କାର୍ଯ୍ୟକାରିତାର ଆଗୁଆ ପଦକ୍ଷେପ, ଠିକ୍ ସମୟରେ ବିଭିନ୍ନ କୃଷି ସାମଗ୍ରୀର ବିତରଣ ଓ ଯୋଜନା କାର୍ଯ୍ୟକାରୀ କରିବା ସମୟ ସଠିକ୍ ଉପାୟ ଓ ସ୍ୱଚ୍ଛତା ଅବଲମ୍ବନ ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ
ବୈଠକରେ ବିଜିଆର୍ଇଆଇ, ଏନ୍ଏଫ୍ଏସ୍ଏମ୍ (ଡାଲି, ତୈଳବୀଜ, ମୋଟା ଶସ୍ୟ, ପୁଷ୍ଟି ଶସ୍ୟ, ପିକେଭିଓ୍ୱାଇ, କପା, କୃଷି ଯାନ୍ତ୍ରିକୀକରଣ ଆଦି ଯୋଜନା ସଂପର୍କରେ ଆଲୋଚନା ହୋଇଥିଲାାା ରାଜ୍ୟରେ ଫସଲର ବିିବିଧିକରଣ ଓ ତୈଳବୀଜ ଚାଷର ପ୍ରସାର ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲୋ ଚଳିତ ଖରିଫ୍ ଋତୁରେ କିପରି ଚିନାବାଦାମ ବିହନ ଉତ୍ପାଦନ ବୃଦ୍ଧି କରିହେବ ସେ ସଂପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିଲୋ ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ୱୟନର ସଫଳ କାହାଣୀକୁ ରାଜ୍ୟର ଚାଷୀଭାଇମାନଙ୍କ ଅବଗତି ନିମନ୍ତେ ସାମାଜିକ ଗଣମାଧ୍ୟମରେ ଚାର୍ଟ ମେସେଜ ଓ ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବା ପାଇଁ କହିଥିଲୋ ଯୋଜନା ପ୍ରସ୍ତୁତ ସହିତ ଏହାର ସଫଳ ରୂପାୟନ ଦ୍ୱାରା କୃଷି ଓ କୃଷକର ଉନ୍ନତି ହୋଇପାରିବ ଏବଂ କୃଷକର ଆୟ ବହୁଗୁଣିତ ହୋଇପାରିବା କୃଷି ଯୋଜନା ପ୍ରସ୍ତୁତ ସମୟରେ ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲୋ ପିକେଭିଓ୍ୱାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୭୫୦ ମେଟି୍ରକ୍ ଟନ୍ ଜୈବିକ ସୁବାସିତ ଚାଉଳ ଇରାନ ଓୟୁନାଇଟେଡ୍ ଆରବ ଏମିରଟସ୍କୁ ରପ୍ତାନୀ ହୋଇଥିବା କଥା ଉଲ୍ଲେଖ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସଫଳ କାହାଣୀର ଉପଯୁକ୍ତ ପ୍ରଚାରପ୍ରସାର ଫଳରେ ଚାଷୀମାନେ ଅଧିକ ଉତ୍ସାହିତ ହେବୋ ଏଥି ସହିତ ଯୋଜନା ପ୍ରସ୍ତୁତ ସମୟରେ ଅର୍ଗାନିକ୍ କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲୋ
ରାଜ୍ୟରେ ଜଳନିଧି ଏବଂ ସୌର ଜଳନିଧି ଯୋଜନାର ଅଗ୍ରଗତି ଓ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ କରିବା ପାଇଁ ମନ୍ତ୍ରୀ କହିଥିଲୋ ଏଥି ସହିତ ମନ୍ତ୍ରୀ ଡ. ସାହୁ ଓଡ଼ିଶା ନିମନ୍ତେ ଏକ କୃଷି କ୍ୟାଲେଣ୍ଡର ପ୍ରସ୍ୁତ ଓ ବିଭିନ୍ନ କୃଷି କାର୍ଯ୍ୟସୂଚୀର ଖସଡ଼ା ପ୍ରସ୍ତୁତ କରିବା ସହିତ ଗଣମାଧ୍ୟମ ଜରିଆରେ ଏହାର ବହୁଳ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲୋ କୃଷକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ଭର୍ଚୁଆଲ ବୈଠକ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ
ଏତଦ୍ବ୍ୟତୀତ ରାଜ୍ୟରେ କିପରି ସମନ୍ୱିତ କୃଷିର ପ୍ରଚାରପ୍ରସାର ହେବ ସେଥିପାଇଁ ରାଜ୍ୟର କେତୋଟି ଜିଲ୍ଲାର କୃଷି ଫାର୍ମମାନଙ୍କ ସମନ୍ୱିତ କୃଷିର ମଡେଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଏହି ଫାର୍ମମାନଙ୍କରେ ଥିବା ସମନ୍ୱିତ କୃଷି ମଡେଲ୍କୁ ରାଜ୍ୟର ବିଭିନ୍ନ ଚାଷୀମାନେ ପରିଭ୍ରମଣ ଯୋଜନା ଦ୍ୱାରା ସମନ୍ୱିତ କୃଷି ଦେଖି କରି ଶିଖିବା କାର୍ଯ୍ୟକ୍ରମ କରାଯିବା ସେହି ଫାର୍ମଗୁଡ଼ିକରେ ଚାଷୀମାନଙ୍କୁ ସମନ୍ୱିତ କୃଷି ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବା ଏହି ଯୋଜନାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରଣୀସଂପଦ ବିକାଶ ଓ ମୃତ୍ତିକା ସଂରକ୍ଷଣ ଆଦି ବିଭାଗଗୁଡ଼ିକ ଭାଗନେବୋ ରାଜ୍ୟ ସଦର ମହକୁମାରେ ଅବସ୍ଥାପିତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ସହିତ ଜିଲ୍ଲା ଓ ତୃଣମୂଳ ସ୍ତରର ଅଧିକାରୀମାନଙ୍କ ସହିତ ନିୟମିତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ
ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଚଳିତ ବର୍ଷ କେନ୍ଦ୍ର ଅନୁଦାନ ଜୁଲାଇ ମାସ ସୁଦ୍ଧା ପହଂଚିବ | ତେଣୁ ଯୋଜନା ଅଧିକାରୀମାନେ ଆଗୁଆ ପଦକ୍ଷେପ ନେଇ ଚଳିତ ବର୍ଷର ଆକ୍ସନ୍ ପ୍ଲାନ୍ ଅନୁସାରେ କାର୍ଯ୍ୟ କଲେ ଯୋଜନା ଠିକ୍ ଭାବରେ ରୂପାୟନ ହୋଇପାରିବା ବୈଠକରେ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ସମସ୍ତ ଯୋଜନା ଅଧିକାରୀମାନଙ୍କୁ ସେମାନଙ୍କର ଚଳିତ ବର୍ଷର କାର୍ଯ୍ୟଖସଡ଼ା ଅପ୍ରେଲ ୨୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଖର୍ଚ୍ଚ ହୋଇପାରିନଥିବା ଯୋଜନାର ଅର୍ଥକୁ ଚଳିତ ମାସ ଶେଷ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ସମସ୍ତ ସ୍କିମ୍ ଅଧିକାରୀ ଓ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗଦେଇଥିଲୋ