ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ : ନବୀନ
ଭୁବନେଶ୍ୱର :ପ୍ରତି ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ | ସମସ୍ତେ ମୋ ପରିବାରର ସଦସ୍ୟ | ବର୍ତ୍ତମାନ ସାରା ଦେଶ କରୋନା ମହାମାରୀଙ୍କୁ ନେଇ ସଂଗୀନ ପରିସ୍ଥିତି ଦେଇ ଗତି କରୁଛି | ତେଣୁ ଏଭଳି ସମୟରେ ପିପିଲି ନିର୍ବାଚନ ପାଇଁ ବିଜେଡି କୌଣସି ସଭା ସମିତି, ପ୍ରଚାର ରାଲି ନକରି ନିର୍ବାଚନ ଲଢ଼ିବା ବୋଲି ଘୋଷଣା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ଏବିଷୟ ନିଜେ ବିଜେଡି ସଭାପତି ଟୁଇଟ କରିବା ସହ କହିଛନ୍ତି ଯେ, ଏକ ଦାୟିତ୍ୱସଂପନ୍ନ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ। ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁ | ଯଦି ନିର୍ବାଚନ ପ୍ରଚାର ଅଭିଯାନ ଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥାଏ, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳ ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ନିବେଦନ କରିବି |
ଭାରତ ଏକ ପରିପକ୍ୱ ଗଣତନ୍ତ୍ର ଏବଂ ମିଳିତ ଭାବେ ଆମେ ଏକ ସମାଧାନ ବାହାର କରିପାରିବା | ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଏବଂ ଲୋକଙ୍କ ପାଇଁ ବୋଲି ନିଜ ଟୁଇଟର ହାଣ୍ଡଲରେ କହିଛନ୍ତି ବିଜେଡି ସୁପ୍ରିମୋ |