ଭଦ୍ରକରେ ସ୍ମାର୍ଟ ଲାଇବ୍ରେରୀ ଓ ଚରମ୍ପାରେ ବିଜ୍ଞାନ ଗୃହର ନିର୍ମାଣ ପାଇଁ ବିଧାୟକଙ୍କ ଅନୁଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/(ସତ୍ୟଭୂଷଣ ସ୍ୱାମୀ),:ଭଦ୍ରକର ଉନ୍ନତି ପାଇଁ ଭଦ୍ରକ ବିଧାୟକ ଓ ସାଂସଦଙ୍କ ପ୍ରଚେଷ୍ଟା ଜାରି ରହିଛି।ଆଜି ଭଦ୍ରକ ସହରାଞ୍ଚଳର ବ୍ଲକ କଲୋନୀ ଠାରେ ସ୍ମାର୍ଟ୍ ଲାଇବ୍ରେରୀ କାର୍ଯ୍ୟର ଶୁଭାରମ୍ଭ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ଯାହାର ବ୍ୟୟ ଅଟକଳ ୨ କୋଟି ୨ଲକ୍ଷ ଟଙ୍କା । ସେହିଭଳି ଚରମ୍ପା ମହାବିଦ୍ୟାଳୟରେ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ବିଜ୍ଞାନ କକ୍ଷର ଶୁଭ ଶିଳାନ୍ୟାସ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକଙ୍କ କରକମଳରେ  ଅନୁଷ୍ଠିତ ହୋଇଯାଇଛି। ଏହାଦ୍ବାରା ଅନେକ ଛାତ୍ର/ଛାତ୍ରୀ ମାନେ ଅଧିକ ଜ୍ଞାନ ଅର୍ଜନ କରିବାରେ ସୁଯୋଗ ପାଇବେ ।

0
0
0
s2sdefault