ସାରର ଅତ୍ୟଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ;(ସତ୍ୟଭୂଷଣ ସ୍ୱାମୀ  ):ବିଭିନ୍ନ ପ୍ରକାରର ସାର ଯଥା ଡିଏପି ପକେଟ ( 50 କିଲୋ ) ପ୍ରତି  1200 ଟଙ୍କା ରୁ ଟ 1900 କୁ ବୃଦ୍ଧି, ଏନ ପି କେ-1  ଟ1175 ରୁ ଟ  1775 , ଏନ୍ ପି କେ -2 ଟ 1185 ରୁ ଟ 1800 ,ଏନ୍ ପି ଟ 925 ରୁ  1350 ଟଙ୍କା କୁ ବୃଦ୍ଧି ପାଇଛି । ସାର କ୍ଷେତ୍ରରେ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କଂପାନି ମାନଙ୍କ ଉପରେ ଥିବା ସରକାରୀ କଟକଣାକୁ ମୋଦି ସରକାର ବାତିଲ କରିଥିବା ଯୋଗୁଁ ସାରର ଅତ୍ୟଧିକ ଦରବୃଦ୍ଧି ଘଟିଛି । କରୋନା ଜନିତ ତାଲାବନ୍ଦୀ ପରିସ୍ଥିତି ଯୋଗୁଁ କୃଷକ ମାନେ ଯେତେବେଳେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି,କୃଷିଜାତ ଦ୍ରବ୍ୟ ଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହି ସମୟରେ ସାର ଦର ବୃଦ୍ଧି ବେଡି ଉପରେ କୋରଡା ସଦୃଶ ହୋଇଛି । ଏହା ବିରୁଦ୍ଧରେ ଆଜି ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କରୋନା କଟକଣାକୁ ମାନି ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ ନେତା ନିରଞ୍ଜନ ପାଣି, ଚାଷୀ ନେତା ନିରଞ୍ଜନ ସେଠୀ ପ୍ରମୁଖ ଏହି ପ୍ରତିନିଧି ଦଳ ରେ ନେତୃତ୍ବ ନେଇଥିଲେ । 

0
0
0
s2sdefault