ଲାଗୁ ହେଲା ନାଇଟ୍ କର୍ଫ୍ୟୁ : ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥର ନାକା ଗେଟ୍ ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍ ଟେଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। 

ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ୧୭ ତାରିଖ ଠାରୁ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରି କାଳୀନ ତଥା ନାଇଟ୍ କର୍ଫ୍ୟୁ ଜାରୀ କରାଯାଇଛି । 

ଫଳରେ ଜିଲ୍ଲା ବ୍ୟାପୀ ସମେତ ସମଗ୍ର ପାରଳାଖେମୁଣ୍ଡି ସହର ନିଃଶବ୍ଦ ପାଲଟି ଯାଇଛି । ସହରରେ ଶୁଭୁଛି କେବଳ ପୋଲିସ୍ ସାଇରନ । ରାତ୍ରି ୯ ଘଣ୍ଟା ପୂର୍ବରୁ ସମସ୍ତ ଦୋକାନ ବଜାର ସହ ଗାଡି ମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁନଶାନ୍ ହୋଇପଡୁଛି ରାସ୍ତାଘାଟ । ଜନସାଧାରଣଙ୍କ ବାହାରକୁ ବାହାରିବା ମନା ଯୋଗୁଁ ଚଳଚଞ୍ଚଳ ସହର ସମ୍ପୂର୍ଣ୍ଣନା ଭାବେ  ଶୁନଶାନ୍ ହୋଇପଡୁଛି । 

ସମସ୍ତ ଛକ ସ୍ଥାନରେ ଜଗି ରହୁଛନ୍ତି ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ବିତୀୟ ଲହରକୁ କଡା ମୁକାବିଲା ପାଇଁ  ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି । ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅମାନିଆଙ୍କୁ ଧରୁଛି ପୋଲିସ  । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ  । ରାତି ଓ ଦିନର ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥରେ ନାକା ଲଗାଯାଇ ଯିବା ଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି । 

ଦିନ ବେଳା ସୀମାନ୍ତ ପ୍ରବେଶ ପଥର ପୁରୁନାପାଟନା ଓ  ଧାମୁନିଗାଁଁ ନାକାଗେଟ ଠାରେ  ପୋଲିସ ଓ ପ୍ରଶାସନ  ପକ୍ଷରୁ ଯାଞ୍ଚ କଡାକଡୀ କରାଯିବା ସହ ବାହାରୁ ଆସୁୁୁଥିବା ଲୋକଙ୍କ କୋଭିଡ୍ ଚିହ୍ନଟ ପରିିିକ୍ଷଣ କରାଯାଉଛି । 

ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା , ଜନଗହଳିକୁ ଏଡ଼ାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ  ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି  ବୋଲି ଏସପି: ଶ୍ରୀ ତପନ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।

0
0
0
s2sdefault