ହେଡଲାଇନସ୍:

 କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ  ୧୪ଟି ପ୍ରକଳ୍ପକୁ ଅନୁମତି ମିଳିବା ପ୍ରସଙ୍ଗ

ଭୁବନେଶ୍ୱର : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ  ୧୪ଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟରେ ସଡକ ସୁରକ୍ଷା କାର୍ଯ୍ୟ ପାଇଁ ୧.୪୨ କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟରେ ବରପାଲି ରୁ ବଲାଙ୍ଗିର ପର୍ଯ୍ୟନ୍ତ ୪-ଲେନ୍ ରାସ୍ତା ପ୍ରଶସ୍ତିକରଣ ପାଇଁ ୧୪୧.୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଣ୍ଡାମାରାଇର ରୁ ରତନପୁର ଜାତୀୟ ରାଜପଥ -୫୯ ପାଇଁ ୧୨୫.୯୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଓଡିଶାର ବିକାଶ ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବ୍ୟାପକ ଅର୍ଥ ବ୍ୟୟ ବରାଦ କରିଥିବାରୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ମୋଦି ସରକାର ବଦ୍ଧ ପରିକର । ପ୍ରଧାନମନ୍ତ୍ରୀ ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ ମୋଦି ସରକାର ଓଡିଶାକୁ ଆବଶ୍ୟକତା ଠାରୁ ଅଧିକ ସହାୟତା ପ୍ରଦାନ କରିଛନ୍ତି । ଏବେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରି ଓଡିଶାରେ ୧୪ଟି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶାବାସୀ ଲାଭବାନ ହେବେ । ସଡକ ପ୍ରଶସ୍ତିକରଣ, ୪-ଲେନ୍ ଓ ୨-ଲେନ୍ ରାସ୍ତା ଏବଂ ରାସ୍ତା ମରାମତି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । 

ଜାତୀୟ ରାଜପଥ -୨୬ ଅଧୀନରେ ଥିବା ଭବାନୀପାଟଣା ଟାଉନ ଅଂଶ ରାସ୍ତା ନିର୍ମାଣ ପାଇଁ ୩.୨୭ କୋଟି, ମୋହନାରୁ ମାଲୱା ଘାଟ ରାସ୍ତା ପାଇଁ ୨୩.୨୧ କୋଟି, ଅଙ୍ଗାବିରା ଠାରୁ ନାକଟିଦେଉଳ ରାସ୍ତା ପାଇଁ ୧୪.୭୩ କୋଟି, ଜାତୀୟ ରାଜପଥ -୫୩ର ବିଭିନ୍ନ ରାସ୍ତା ପାଇଁ ୬.୫ କୋଟି, ଜାତୀୟ ରାଜପଥ-୨୦ ରାସ୍ତା ପାଇଁ ୧୮.୦୬ କୋଟି, ଜାତୀୟ ରାଜପଥ -୫୫ର ବିଭିନ୍ନ ରାସ୍ତା ପାଇଁ ୨୨.୫୨ କୋଟି, ଜାତୀୟ ରାଜପଥ-୧୪୯ ପାଇଁ ୫.୭୨ କୋଟି, ୫ଟି ଓଭର ବ୍ରିଜ ନିର୍ମାଣ ପାଇଁ ୧୫୪.୦୫ କୋଟି, ଜାତୀୟ ରାଜପଥ-୩୧୬ ରାସ୍ତା ମରାମତି ପାଇଁ ୧୩୭.୬୧ କୋଟି, ଟ୍ରକ ରହିବା ସ୍ଥାନ ପାଇଁ ୧୧.୮ କୋଟି, ଜାତୀୟ ରାଜପଥ ୧୫୩-ବି କଂଟିଆଲି ରେ ବ୍ରିଜ ନିର୍ମାଣ ପାଇଁ ୯.୭ କୋଟି, ଜାତୀୟ ରାଜପଥ-୫୯ ବ୍ରହ୍ମପୁର ବାଇପାସ ରାସ୍ତା ନିର୍ମାଣ ପାଇଁ ୧୯୬.୯୪ କୋଟି ଏବଂ ସଡକ ସୁରକ୍ଷା କାର୍ଯ୍ୟ ପାଇଁ ୧.୪୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

ରାଜ୍ୟରେ ସଡକ ସୁରକ୍ଷା ଓ ଜାତୀୟ ରାଜପଥ ନିର୍ମାଣ  ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରଚେଷ୍ଟା ଓ ଆନ୍ତରିକତା ଥିବା କାରଣରୁ ରାଜ୍ୟରେ ସଡକ ନିର୍ମାଣରେ ବିକାଶ ହୋଇଥିବାରୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  

 

0
0
0
s2sdefault