ସମ୍ବଲପୁରରେ  ସାପ୍ତାହିକ ସଟଡାଉନ ଆରମ୍ଭ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରୀର ପ୍ରଭାବରେ ସମ୍ବଲପୁର ଜିଲ୍ଲାରେ ଏବେ କରୋନା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଜିଲ୍ଲା ରେ ଗତ ୫ ଦିନ ହେବ ଦୈନିକ ସଂକ୍ରମଣ ସତକ ପାର କରୁଛି । ଏଥିପାଇଁ ଆଜି ଠାରୁ ଜିଲ୍ଲା ରେ ସାପ୍ତାହିକ ସଟଡାଉନ ସହ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ସଟଡାଉନ ର ପ୍ରଥମ ଦିନରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଲିଥିଲା । 

ସମ୍ବଲପୁର ଜିଲ୍ଲା ରେ ବର୍ତ୍ତମାନ ପରିସ୍ଥିତି ବେକାବୁ। ପ୍ରତିଦିନ ଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଶତକ ମୁହାଁ ହୋଇ ନୂଆ ରେକଡ ସୄଷ୍ଠି କରୁଛି । ପୁର୍ବରୁ ଲୋକେ କଟକଣା ମାନୁନଥିବା  ରୁ ଆଜି ଜିଲ୍ଲା ରେ କରୋନା ପରିସ୍ଥିତି ଅଣାୟତ ହେଇଥିବା ଚର୍ଚ୍ଚା ହେଉଛି । ଆଜିଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ଦୁଇଦିନିଆ  ସଟଡାଉନ  ସମ୍ବଲପୁର ମହାନଗର ନିଗଗ ଅନ୍ତର୍ଗତ ସମ୍ବଲପୁର , ବୁର୍ଲା ,ହିରାକୁଦ ସହର ସମେତ ଜିଲ୍ଲା ର କୁଚିଣ୍ଡା ଏନଏସି , ରେଡାଖୋଲ ଏନଏସି ରେ ଲାଗୁ ହୋଇଛି । ଏହି ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା କୁ ବାଦ ଦେଇ ଅନ୍ୟ ସବୁ ଦିଗରେ କଟକଣା ଲାଗୁ କରାଯାଇଛି । ଏଥିସହ ସଂଧ୍ୟା ୬ ଟାରୁ ସକାଳ ୫ ଟା ଯାଏ ରାତ୍ରୀକାଳିନ କର୍ଫ୍ୟୁ ଘୋଷଣା କରାଯାଇଛି  । ଏଥିପାଇଁ ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି  । 

ସମ୍ବଲପୁର ଜିଲ୍ଲା ରେ କରୋନା ଗ୍ରାପ ଉପରମୁହାଁ  ହେବା ସହ ପରିସ୍ଥିତି ନିଅନ୍ତ୍ରଣ ବାହାରେ ହେବା ଭଲି ମନେହେଉଛି । ଜିଲ୍ଲା ରେ ବର୍ତ୍ତମାନ ୧୧୩୭୯ ଲୋକ ସଂକ୍ରମଣର ଶିକାର ହେବା ସହ ପ୍ରତିଦିନ ହୁ ହୁ ହୋଇ ବଡିଚାଲିଛି ଏହି ସଂଖ୍ୟା । ସଟଡାଉନ ପରିପ୍ରେକ୍ଷୀରେ ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ଛକ ମାନଙ୍କ ରେ ଚେକିଂ ପୋଷ୍ଠ କରାଯାଇ  ଆମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ କଡା ତାଗିଦ ମଧ୍ୟ କରାଯାଉଛି । ସମ୍ବଲପୁର ଏସପି ଓ ଅତିରିକ୍ତ ଏସପି ନିଜେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଯେପରି ସଟଡାଉନ କଡାକଡି କାର୍ଯ୍ୟକାରୀ ହେବେ ସେନେଇ ନିଜେ ପରିସ୍ଥିତି ର ତଦାରଖ କରୁଛନ୍ତି । 

ସମ୍ବଲପୁର ଜିଲ୍ଲା ରେ ଉପରମୁହା କରୋନା ଗ୍ରାଫ କୁ ନିୟନ୍ତ୍ରଣକୁ ଆଣିବା ପାଇଁ  ଏହି ସାପ୍ତାହିକ ସଟଡାଉନ ଓ ନାଇଟ କର୍ଫ୍ୟୁ କାର୍ଯ୍ୟକାରିତା  କେତେ ଫଳପ୍ରଦ ହେଉଛି ତାହା ସମୟ କହିବ ।

0
0
0
s2sdefault