ହେଡଲାଇନସ୍:

ବିଜୁ ଶ୍ରାଦ୍ଧ ଦିବସ ରେ ୬୦ ୟୁନିଟ ରକ୍ତଦାନ  କରି ମନେ ପକାଇଲେ ବିଜୁପ୍ରେମୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଯୁବ ଜନତା  ଦଳ ତରଫରୁ ଝାରସୁଗୁଡା ବ୍ଲକ ର ଶ୍ରୀପୁରା ଗ୍ରାମ ରେ ବାପୁଜୀ ସରକାରୀ ବିଦ୍ୟାଳୟ ରାଜ୍ୟ ବିଜୁ ଜନତା ଦଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ଜରିଆ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ପ୍ରଥମେ ଶିବିର କୁ ଫିତା କାଟି ଉଦ୍ଘାଟନ କରାଯାଇଥିଲା ପରେ ବିଜୁ ବାବୁଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅଗରବତି ଆଦି ଦେଇ ଶ୍ରଦ୍ଧ| ସୁମନ ଜ୍ଞାପନ କରାଯାଇଥିଲା 

ଶିବିର ରେ ବିଶେଷ କରି ଯୁବ ବର୍ଗ ଓ ମହିଳା ମାନେ ମଧ୍ୟ ଉତ୍ସାହ ସହିତ ରକ୍ତଦାନ କରିଥିଲେ | ଟାଣ ଖରା ଓ କରୋନା ସତ୍ୱେ ମାତ୍ର ଦୁଇ ଘଣ୍ଟା ରେ 35 ରୁ ଉର୍ଦ୍ଧ ୟୁନିଟ ସଂଗ୍ରହ ହୋଇସାରିଥିଲା 

ଶିବିର କୁ ଇଂ ଅରବିନ୍ଦ ବାରିକ ପରିଚାଳନା କରିଥିବା ବେଳେ ଝାରସୁଗୁଡା ବିଜେଡି ବ୍ଲକ ସଭାପତି ଦାମୋଦର ନାଥ ଜିଲ୍ଲା ଯୁବ ସଭାପତି ପ୍ରଶାନ୍ତ ଜେନା ଏସସି ସେଲ  ସଭାପତି ଜୟ ପ୍ରକାଶ କୁଅର  ବ୍ଲକ ଯୁବ ସଭାପତି ଭୁପେନ୍ଦ୍ର ତ୍ରୀପାଠି ବ୍ଲକ ଅଧ୍ୟକ୍ଷ  ଦିଗାମ୍ବର ଭୋଇ,ସରପଞ୍ଚ ହୀରାଲାଲ ବାଗ, ମିନତୀ ପାତ୍ର ,ରଞ୍ଜିତ ତ୍ରିପାଠୀ,ସୁବୀର ପାଣିଗ୍ରାହୀ ଅମିତ ପାଣିଗ୍ରାହୀ ,ସତ୍ୟମ ଶୁଭମ ତ୍ରିପାଠୀ ,ପ୍ରଦୀପ୍ତ ପାଢ଼ୀ ,ସମ୍ବିତ ପାଣିଗ୍ରାହୀ ,ସରୋଜ କାଳ,ରିପୁ ପାଢ଼ୀ ,ଶମ୍ଭୁ ,ସମ୍ବାଦ,ଅଭିଷେକ ,ସୁରଜ ,ପ୍ରଭାତ ,ଅଭିଷେକ କିସାନ,ସୁମନ୍ତ ସେଠ ,ବଦଳ ଭୋଇ ,ବିନୋଦ ଡିଲା ,ଜଗଦୀଶ ଗଡ଼ୱାଲ ଧରେନ ମାଝୀ , ସ୍ୱରୂପ ପୋଢ଼ ଆଦି ରକ୍ତଦାନ ଓ ଶିବିର ରେ ଉପସ୍ଥିତ ରହି ସହଯୋଗ କରିଥିଲେ | ଶିବିର ରେ କୋବିଦ ନିୟମାବଳୀ ଓ ବିଶେଷ ସାନିଟାଇଜେସନ ର ବ୍ୟବସ୍ତା କରାଯାଇଥିଲା 

ବିଶେଷ ଅତିଥି ଭାବେ ବଡ଼ମାଳ ଥାନା ଅଧିକାରୀ ଅମିତାଭ ପଣ୍ଡା ଯୋଗ ଦେଇ ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ଦେଇ ଉତ୍ସାହିତ କରିଥିଲେ| ସମସ୍ତ ରକ୍ତଦାତା ମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ରକ୍ତଦାନ ଜୀବନଦାନ ଭଳୀ ପୁଣ୍ୟ କାର୍ଯ୍ୟ ରେ ଆଗେଇ ଆସି ଥିବାରୁ ଆମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

0
0
0
s2sdefault