ବରଗଡ :- ଆଜି ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଙ୍କର 24ତମ ଶ୍ରାଦ୍ଧ ଦିବସ କୋବିଡ଼ କଟକଣା ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା । ଜିଲ୍ଲାର ପାଇକମାଲ ସ୍ଥିତ ବିଜୁ ଜନତା ଦଳ ଅଫିସ ରେ ବ୍ଲକ ସଭାପତି ଶ୍ରୀ ରାଉତ ଙ୍କର ସଭାପତିତ୍ୱରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗଦାନ କରି ବିଜୁ ବାବୁଙ୍କର ଫୋଟୋ ସମ୍ମୁଖରେ ପ୍ରଥମେ ଦୀପ ଜାଳି , ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ବିଧାୟକ ବିଜୁ ବାବୁଂକର ସହିତ ବିତାଇଥିବା କିଛି ଅଭୁଲା ମୁହୂର୍ତ୍ତକୁ ସମସ୍ତେ ଙ୍କୁ କହିବା ସହିତ , ବିଜୁ ବାବୁଙ୍କର ଦକ୍ଷତା , ସହସିକତା ବାବଦରେ ଅବଗତ କରାଇଥିଲେ । ବିଜୁ ବାବୁ ଙ୍କର ଆଦର୍ଶ ଓ ନୀତି ରେ ଅନୁପ୍ରାଣୀତ ହୋଇ ଆଗାମୀ ଦିନରେ ଜନସାଧାରଣ ଙ୍କର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ସଭାରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଶ୍ରୀ ଧବଳେଶ୍ବର ସାହୁ , ଶ୍ରୀ ହୃଦାନନ୍ଦ ବାରିକ ଓ ବହୁତ କମ ସଂଖ୍ୟକ ନେତା ଉପସ୍ଥିତ ଥିଲେ ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ପଂଚାୟତ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୪ତମ ଶ୍ରାଦ୍ଧ ଦିବସ ଅବସରରେ ଶ୍ରାଦ୍ଧଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ଉକ୍ତ ଅବସରରେ ଓଡିଶା ମୋ ପରିବାର ଏବଂ ବିଜୁ ଯୁବ ଛାତ୍ର ଜନତା ଦଳ ଭେଡେନ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନିଁର୍ଧେଶ ରେ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ମୋ ପରିବାର ସଦସ୍ୟ ଶ୍ରୀ ଗୌର ହରି ମିଶ୍ର ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଭେଡେନ ବିଜେଡି ସଭାପତି ହରିଶଙ୍କର ବେହେରା ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଅରବିନ୍ଦ ହୋତା, ବ୍ଲକ ଯୁବ ସଭାପତି ସୁରେନ୍ଦ୍ର କର୍ମୀ,ବ୍ଲକ ଅଧ୍ୟକ୍ଷ ଦୋଳମଣୀ ଖେତୀ,ଉପାଧ୍ୟକ୍ଷ ସୁପ୍ରଭା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସୁବାଷ ହୋତା,ସରପଂଚ ପିଙ୍କି ବଢ଼ାଇ,ସମିତି ସଭ୍ୟ ସୁଭଦ୍ରା ନିର,ପଂଚାୟତ ସଭାପତି ପାଣ୍ଡବ ଧର,ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀ,ବରିଷ୍ଠ ନେତା ଗୁପ୍ତେଶ୍ୱର ପୁରୋହିତ, ହୂରସିକେଶ ଧର,ସଞ୍ଜୟ କର,ପପନଂଗା ସରପଞ୍ଚ ପୁରୁଷୋତ୍ତମ ସାହୁ,ଚିଚିଣ୍ଡା ସରପଂଚ ସୁଶାନ୍ତ ପଧାନ,ସଙ୍କୀର୍ଦା ସରପଂଚ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ଏପରି କଠିନ ସମୟରେ ରକ୍ତଦାତା ଯୁବ ଛାତ୍ର ମାନଙ୍କୁ ଆନ୍ତରୀକରତା ର ସହ ଧନ୍ୟବାଦ ଜଣାଇଛନ୍ତି ଯୁବ ସଭାପତି ଶ୍ରୀ ପାଦ୍ୟୁମ୍ନ ତ୍ରିପାଠୀ ।
ସେହିଭଳି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଓ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ବିଜେପୁରରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ସମ୍ମାନୀତ ଅତିଥି ଭାବେ ବିଜେପୁର ବିଧାୟିକା ଶ୍ରୀମତି ରୀତା ସାହୁ ଯୋଗଦେଇ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଓଡିଶା ମୋ ପରିବାର ସଦସ୍ୟ ଗୌର ହରି ମିଶ୍ର BDO ଶ୍ରୀ ପଦ୍ମନାଭ ସାମନ୍ତରାୟ, ବିଜେଡ଼ି ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ,ଜିଲ୍ଲା ଯୁବ ଆଈ ଟି କୋଡ଼ିନେଟର ଶ୍ରୀ ସୁରେଶ ବାଗ, ବରିଷ୍ଠ ନେତା ଶ୍ରୀ ଟିକାୟତ ମହତମ ଯୁବନେତା ଶ୍ରୀ ସୌରଭ ସାହୁ, ବ୍ଲକ ଯୁବ ସଭାପତି ଶ୍ରୀ ସର୍ଜନ ଚିରଗୁନ, ଦେବାନନ୍ଦ ଗଡ଼ତିଆ, ବରିଷ୍ଠ ନେତା ଶ୍ରୀ ଗତି ମିଶ୍ର, ଶ୍ରୀ ଅଂଶୁମାନ ଶତପଥୀ, ନାରୀ ନେତ୍ରୀ ଶକୁନ୍ତଳା ମହାପାତ୍ର, ରାଗିଣୀ ମହାଣା, ଅଶ୍ୱିନୀ ମହାଣା,ବ୍ଲକ୍ ସାଧାରଣ ସମ୍ପାଦକ ଶ୍ରୀ ବୈଷ୍ଣବ ରାବଣ,ସୁବ୍ରତ ରଥ,ବ୍ଲକ୍ ଆଟି କୋଡ଼ିନେଟର ପ୍ରବୀଣ ପଣ୍ଡା,ଛାତ୍ର ସଭାପତି ଧର୍ମ ସାହୁ, ଗୋପାଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏପରି କୋଭିଡ୍ କଟକଣା ନିୟମକୁ ପାଳନ କରି ଅତି ନିରାଡମ୍ବର ଭାବେ ଆୟୋଜନ କରିଥିବାରୁ ସମସ୍ତ ରକ୍ତଦାତା ଓ ଆୟୋଜକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ଶ୍ରୀ ସିଂ ଓ ବିଧାୟିକା ଶ୍ରୀମତୀ ସାହୁ ।