ହେଡଲାଇନସ୍:

ମୋସ୍କୁଲ ଆଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କୁ କରାଗଲା ସମ୍ମାନିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ମୁଦିପଡା ପ୍ରାଥମିକ ବିଦ୍ୟାଳୟ ଠାରେ ମୋସ୍କୁଲ ଅଭିଯାନ ରେ ସାମିଲ ଥିବା ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସରକାରଙ୍କ ମୋସ୍କୁଲ ଅଭିଯାନ ରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି । ସମ୍ବଲପୁର ମୁଦିପଡା ପ୍ରାଥମିକ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଙ୍କ ସହ ବହୁ ବ୍ୟକ୍ତି ମୋସ୍କୁଲ ଅଭିଯାନରେ ସାମିଲ ହୋଇ ମୁଦିପଡା ପ୍ରାଥମିକ ସ୍କୁଲର ଉନ୍ନତିକରଣ ପାଇଁ କାର୍ଯ୍ୟ କରିବା ସହ ସ୍କୁଲକୁ ସାହାଯ୍ୟ କରିଛନ୍ତି । ଏହି ସମସ୍ତ ପୁରାତନ ଛାତ୍ରଛାତ୍ରୀ ତଥା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଦେଇ ମୁଦିପଡା ପ୍ରାଥମିକ ବିଦ୍ୟାଳୟରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଧ୍ୟାରାଣୀ  ଦିକ୍ଷିତ ଙ୍କ ଉପସ୍ଥିତ ରେ ପୁରାତନ ଛାତ୍ରଛାତ୍ରୀ  କବିତା ପୁରୋହିତ,  ବିପିନ ନାୟକ,ଅସୋକ ପଧାନ,ନିରଞ୍ଜନ ଦେହୁରୀ, ବାଣୀ ରାଏ ଙ୍କୁ ସ୍କୁଲକୁ ସାହାର୍ଯ୍ଯ ସହଯୋଗ କରିଥିବାରୁ ସମ୍ମାନିତ କରାଯାଇଥିଲା । ଏଥିରେ ମୁଦିପଡା ପ୍ରାଥମିକ ବିଦ୍ୟାଳୟର ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault