କୋଭିଡ ନିୟମ ପାଳନ ନିମନ୍ତେ ବିଭନ୍ନ ସଂଗଠନ ସହିତ ବୈଠକ କଲେ ଜିଲ୍ଲାପାଳ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ :  ଦେଶରେ  କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ  କୋଭିଡ୍ ସୁରକ୍ଷା ନିୟମକୁ କଡାକଡି  ଭାବେ ପାଳନ କରିବାକୁ ଜିଲ୍ଲା  ପ୍ରଶାସନ ପ୍ରସ୍ତୁତି ଚଳାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏଥି ପାଇଁ ବିଭିନ୍ନ ସଂଘଠନ ସହିତ ବୈଠକ ଡାକି କୋଭିଡ ନିୟମ କଡାକଡି ଲାଗୁ କରିବା ନିମନ୍ତେ କର୍ମକର୍ତ୍ତଙ୍କ ସହିତ ଆଲୋଚନା କରିଥିଲେ l ବିଶେଷ କରି ଘରୋଇ ବସ ମାଲିକ ସଙ୍ଘ, ଅଟୋ ମାଲିକ ସଂଘ, ଟାକ୍ସି ମାଲିକ ସଂଘ ଆଲୋଚନା କରିଥିଲେ  l ବାହାର ରାଜ୍ୟରୁ ଜିଲ୍ଲାକୁ ଯାତ୍ରୀ ଆସୁଥିବାରୁ ଆସନ୍ତା 19.04.21ରିଖଠାରୁ ଅନ୍ୟରାଜ୍ୟର  ବସ ଜିଲ୍ଲା ଭିତରକୁ ଆସିବl  ବନ୍ଧ କରାଯାଇଛି l ରାଜ୍ୟ ଭିତର ଗାଡିଗୁଡିକ ଚାଲୁ ରହିବ ଏବଂ ବସ ମାଲିକ ମାନେ କୋଭିଡ ନିୟମ କଡାକଡି ମାନିବାକୁ ପଡିବ l ବିଶେଷ କରି ବସରେ କୌଣସି ଯାତ୍ରୀ ଠିଆ ହେଇକି ଜିବେନାହିଁ l ସମସ୍ତେ ମାସ୍କ ବ୍ୟବହାର କରିବାକୁ ବାଧ୍ୟ ଓ ଗାଡ଼ିରେ ନିୟମିତ ସାନିଟାଈଜର କରିବାକୁ ପଡିବ l ସେହିପରି ଅଟୋ ଟ୍ୟାକସିରେ କେବଳ ଦୁଇଜଣ ଯାତ୍ରୀ ଯାତ୍ରା କରି ପାରିବେ l କୋଭିଡ ନିୟମ ନମାନିଲେ  ଜରିମାନା ଦେବାକୁ ପଡିବ ଓ ଦରକାର ପଡିଲେ ଲାଇସେନ୍ସ ରଦ୍ଧ କରିଦିଆଯିବ l

      ସେହିପରି ହୋଟେଲରେ ବାହାର  ଜିଲାରୁ ଆସି  ରହୁଥିବା ଯାତ୍ରୀ ମାନଙ୍କ ଦୈନିକ ସୂଚନା ରଖିବେ l ସେମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ କହିବେ l ବିନା ମାସ୍କରେ କୌଣସି ଯାତ୍ରୀଙ୍କୁ ରହିବାକୁ ଅନୁମତି ଦେବେ ନାହିଁ l ହୋଟେଲ କର୍ମଚାରୀ ମାନଙ୍କ ସହିତ ମିଳାମିସl କରାଇବେ ନାହିଁ l ପ୍ରଥମେ   କୋଭିଡ ପରୀକ୍ଷା ରିପର୍ଟ ଦାଖଲ କରିବାକୁ କହିବେ l ହୋଟେଲକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନଂ କରିବେ l କୋଭିଡ ନିୟମ ପାଳନ ନକଲେ ଅଟେଲ କୁ ଜରିମାନା ଦେବାକୁ ପଡିବ ନହେଲେ ଦରକାର ପଡିଲେ ସିଲ କରାଯିବ  ବୋଲି ଜିଲ୍ଲାପାଳ କହିଥିଲେ l ସେହିପରି  ସମସ୍ତ ରେଷ୍ଟରାଣ୍ଟ ରାତି 9.00ଘଟିକା ଠାରୁ ବନ୍ଧ କରିବେ l

 ସେହିପରି ଧାର୍ମିକ ଅନୁଷ୍ଠାନ ଗୁଡିକରେ କେବଳ ନୀତିକାନ୍ତିରେ ସୀମିତ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ  ଏବଂ ସମସ୍ତ ଭକ୍ତ ମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ l ନିୟମିତ ବିଶୋଧନ କରିବାକୁ ପଡିବ l ମନ୍ଦିର, ମସଜିଦ, ଓ ଚର୍ଚ୍ଚ ମାନଙ୍କରେ  ସମସ୍ତେ କଡାକଡି ଭାବରେ କୋଭିଡ ନିୟମ ମାନିବାକୁ ଜିଲ୍ଲାପାଳ ଗୁରୁତ୍ୱରପ କରିଥିଲେ l ସେହିପରି ସିନେମା ହୋଲରେ ମଧ୍ୟ କଡାକଡି ପାଳନ କରାଯିବ l ମାତ୍ର 50%ଦର୍ଶକରେ ହୋଲ ଚାଲିବାକୁ ଜିଲ୍ଲାପାଳ କହିଥିଲେ l ସେହିପରି  ଛୋଟ ଉଦ୍ଧ୍ୟଗୋ ମାନେ ମଧ୍ୟ ଖୋ୍ଭିଦ ନିୟମ ପାଳନ କରିବାକୁ  ଜିଲ୍ଲାପାଳ କହିଥିଲେ l

ଏହି ବୈଠକରେ    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ପୌର ନିର୍ବାହୀ ଅଧିକାରୀ ୟଶର ବିଲାଲ ଅହମଦ, ବିଭନ୍ନ ବସ ମାଲିକ ସଙ୍ଘ, ଅଟୋ ମାଲିକ ସଂଘ, ଟାକ୍ସି ମାଲିକ ସଂଘ, ହୋଟେଲ ମାଲିକ ସଂଘ, ଧାର୍ମିକ ଅନୁଷ୍ଠାନର ଧର୍ମଜlଜକ ମାନେ, କ୍ଷୁଦ୍ର ଉଦ୍ୟଗ ମାଲିକ ମାନେ ଯୋଗଦାନ କରଥିଲେ l

0
0
0
s2sdefault