ହାଓଡ଼ା ରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ପାଇଁ ସ୍ୱତନ୍ତ୍ର ଟ୍ରେନ୍ |
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନମତେ ନିଷ୍ପତ୍ତି ନିଆଯାଇଅଛି।
ହାଓଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ |
08407 ହାଓଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ 17 ରୁ 29 ଏପ୍ରିଲ, 2021 ମଧ୍ୟରେ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ରାତ୍ର ୧୧ଘ.୩୦ମି.ରେ ଛାଡି ଭାସ୍କୋ-ଡ଼ା-ଗାମା ଠାରେ ପରବର୍ତ୍ତୀ ଦ୍ଵିତୀୟ ଦିବସ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ |
ଫେରିବା ମାର୍ଗରେ, 08408 ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଭାସ୍କୋ-ଡ଼ା-ଗାମା ଠାରୁ 20 ଏପ୍ରିଲରୁ 2 ମଇ, 2021 ମଧ୍ୟରେ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ସକାଳ ୬ଘ.୫୦ମି.ରେ ଛାଡି ହାଓଡ଼ା ଠାରେ ତା'ପରଦିନ ରାତ୍ରି ୧୧ଘ.୨୫ମି.ରେ ପହଞ୍ଚିବ |
ଏହି ଟ୍ରେନ୍ ହାଓଡ଼ା-ଭାସ୍କୋ-ଡ଼ା-ଗାମା ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଠାରେ ରହଣି କରିବ |
ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ |
08117 ହାଓଡ଼ା-ମହୀଶୂର ବିଶେଷ ଟ୍ରେନ ହାଓଡ଼ା ଠାରୁ 23 ରୁ 30 ଏପ୍ରିଲ୍ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୪ଘ.୧୫ମି.ରେ ଛାଡି ମହୀଶୂର ଠାରେ ପରବର୍ତ୍ତୀ ଦ୍ଵିତୀୟ ଦିବସ ଭୋର ୩ଘ.୫୦ମି.ରେ ପହଞ୍ଚିବ |
ଫେରିବା ମାର୍ଗରେ, 08118 ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ମହୀଶୂର ଠାରୁ 25 ଏପ୍ରିଲ୍ ରୁ 2 ମଇ 2021 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୧ଘ.୪୫ମି.ରେ ଛାଡି ହାଓଡ଼ା ଠାରେ ପରବର୍ତ୍ତୀ ଦ୍ୱିତୀୟ ଦିନ ପୂର୍ବାହ୍ନ ୧୦ଘ.୫୫ମି.ରେ ପହଞ୍ଚିବ |
ଏହି ଟ୍ରେନ୍ ହାଓଡ଼ା ଓ ମହୀଶୂର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ବିଜୟନଗରମ୍, ବିଶାଖାପାଟନମ୍ ଷ୍ଟେସନ ଠାରେ ରହଣି କରିବ |