ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଦର୍ଶନ ଉପରେ ପୁଣି ଲାଗିଛି କଟକଣା । ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ | ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ ବୋଲି ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଆଜିର ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି | ଏଥିରେ ସାନିଟାଇଜର ଓ ଠିକଣା ଢଙ୍ଗରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି | ଭକ୍ତମାନଙ୍କ ପାଇଁ ଭିତରକାଠ ଦର୍ଶନ ବନ୍ଦ କରାଯାଇଥିବା ବେଳେ ବାହାର କାଠ ନିକଟରୁ ଭକ୍ତମାନେ ବଡଠାକୁରଙ୍କୁ ଦର୍ଶନ କରିବେ ।ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ( ୭ ଦିନ ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ) ଦେଖାଇବା ଅବା ଦୁଇଟି ଯାକ ଡୋଜ୍ ନେଇଥିବା ଟିକା ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି ।
ରାଜ୍ୟ
ଚିନ୍ତା ବଢ଼ାଇଲା କରୋନା, ଶନି-ରବି ଶ୍ରୀମନ୍ଦିର ମନା : ପୁଣି ଫେରିଲା କଟକଣା
- Hits: 402