ପଦ୍ମପୁର(ଶାସକପ୍ରଶାସକ)-ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ଼ ଭିମ ରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପଦ୍ମପୁର ସହରରେ ମଧ୍ୟ ପାଳିତ ହୋଇ ଯାଇଛି । ଆମ୍ବେଦକର ସଙ୍ଘ ପକ୍ଷରୁ ପଦ୍ମପୁର ସହରର ଆରଏମସି ମାର୍କେଟ ନିକଟରେ ଥିବା ଡ଼ ଭିମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଡ଼ ଆମ୍ବେଦକରଙ୍କ ସମାଜକୁ ଦେଖାଇଥିବା ଆଲୋକିତ ପଥର ଆଲୋଚନା ହୋଇଥିଲା । କୋଭିଡ଼ କଟକଣା ଦୄଷ୍ଟିରୁ ଆମ୍ବେଦକର ସଙ୍ଘର କମ ସଦସ୍ୟଙ୍କ ଉପସ୍ଥିତିରେ ମାକ୍ସ ପରିଧାନ କରି ଓ ସାମାଜିକ ଦୂରତା ଅବଲମ୍ବନ କରି ପାଳନ କରାଯାଇଛି ।
ରାଜ୍ୟ
ଆମ୍ବେଦକର ସଙ୍ଘ ପକ୍ଷରୁ ପଦ୍ମପୁରରେ ଡ଼ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ।
- Hits: 404