ହେଡଲାଇନସ୍:

ପର୍ଯ୍ୟଟନସ୍ଥଳିର ବିକାଶ ନିମନ୍ତେ ପରିଦର୍ଶନରେ ଆସିଲେ କେନ୍ଦ୍ରୀୟ ଟିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଲି ଦେଖିଲେ ସମୀବୃକ୍ଷ, ଦେବକୁଣ୍ଡ, ବରେହିପାଣି ଓ ଖିଚିଂ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ଭାବେ ମୟୂରଭଞ୍ଜ ଜିଲ୍ଲା ଯୋଡ଼ି ହୋଇ ରହିଆସିଛି । ଜିଲ୍ଲାରେ ବୃହତ୍ତ ଶିଳ୍ପ ପ୍ରତିଷ୍ଠା ଦୂରର ବିଷୟ ସରକାର ଗୋଟାଏ ହେଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଇବାରେ ବିଫଳ ହୋଇଛନ୍ତି । ଅଧିକନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟାନାୟକଙ୍କ ୩୬୫ ଦିନରେ ହଜାରେ ଶିଳ୍ପ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ପ୍ରତିଷ୍ଠା ହୋଇଥିବା ନିକୋ କେବୁଲ କାରଖାନା ଓ କାଠପାଳ ସ୍ପିନିଂ ମିଲ ସରକାରଙ୍କ ପରିଚାଳନାଗତ ଅପାରଗତା କାରଣରୁ ଶେଷରେ ତାଲା ଝୁଲିଲା । ଜିଲ୍ଲାରେ କୌଣସି ନିଯୁକ୍ତିର ସୁଯୋଗ ସୃଷ୍ଟି ସମ୍ଭବ ହୋଇ ନ ପାରିବା ଫଳରେ ଜିଲ୍ଲାରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ଏହି ସମୟରେ ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବ-ଛାତ୍ର ସଙ୍ଗଠନ ଭଞ୍ଜସେନା ପକ୍ଷରୁ ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ନିମନ୍ତେ ଆନେ୍ଦାଳନ ଓ ବନ୍ଦ ପାଳନ କରାଯାଇ ଆସୁଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ମନ ବଳେଇ ଆଗେଇ ଆସିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ଥିବା ସମୀବୃକ୍ଷ, ଦେବକୁଣ୍ଡ, ବରେହିପାଣି ଓ ଖିଚିଂ ପର୍ଯ୍ୟଟନସ୍ଥଳିର ବିକାଶ ଉପରେ ଗୁରୁତ୍ୱାରୋପ ଦେଇଛି । ଏଥି ନିମନ୍ତେ ଆଜି ଏକ ୪ ଜଣିଆ କେନ୍ଦ୍ରୀୟ ଟିମ ମୟୂରଭଞ୍ଜ ଗସ୍ତରେ ଆସି ଆଜି ଖିଚିଂ ପର୍ଯ୍ୟଟନସ୍ଥଳି ବୋଲି ସମୀକ୍ଷା କରିଥିବାର ଜଣାପଡ଼ିଛି । ଆସନ୍ତା କାଲି ବରେହିପାଣି ପର୍ଯ୍ୟଟନସ୍ଥଳିର ପରିଦର୍ଶନ ଶେଷ କରି ଦେବକୁଣ୍ଡ ଓ ସମୀବୃକ୍ଷ ପର୍ଯ୍ୟଟନସ୍ଥଳି ବୁଲି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡ଼ିଛି । 

 

0
0
0
s2sdefault