ବିଜୁ ଜନତା ଦଳ ହିଂସାରେ ବିଶ୍ୱାସ କରେ ନାହିଁ, ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି :- ମନ୍ତ୍ରୀ ସୁଶାନ୍ତ ସିଂ
ନଥୁରାମ ଗୋଡସେକୁ ଆଦର୍ଶ ମାନୁଥିବା ଲୋକଙ୍କ ଠାରୁ ଅହିଂସା ଆଶା କରିବା ମୁର୍ଖତା :- ପ୍ରଦ୍ୟୁମ୍ନ ତ୍ରିପାଠୀ
ବରଗଡ :- ବର୍ତମାନ ପିପିଲି ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଥିବାବେଳେ ଗତକାଲି ଢେଲାଙ୍ଗ ଅଂଚଳରେ ବିଜେପି କାର୍ଯକାର୍ତ୍ତ ଙ୍କର ଦ୍ୱାରା ବିଜୁ ଜନତା ଦଳର ତିନିଜଣ କର୍ମୀଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଖବର ପାଇବା ପରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ରାତି ଆହତ କର୍ମୀ ମାନଙ୍କୁ ଦେଖଗିବାକୁ ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତରଖାନାକୁ ମନ୍ତ୍ରୀ ଯିବା ପୂର୍ବରୁ ବିଜେପି କର୍ମୀ ମାନେ ଆହତ ବିଜେଡ଼ିର କର୍ମୀ ମାନଙ୍କୁ ଡାକ୍ତରଖାନାରେ ମଧ୍ୟ ଧମକ ଚମକ ଦେଇଥିଲେ । ମନ୍ତ୍ରୀ ଡ଼ାକ୍ତରଖାନାରେ ଥିବା ସମୟରେ ବିଜେପିର ପ୍ରାୟ ଚାଳିଶ ଜଣ କର୍ମୀ, ମନ୍ତ୍ରୀ ଯାଇଥିବା ଗାଡିକୁ ପଥର ମାରି କାଚ ସବୁ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣକୁ ମନ୍ତ୍ରୀଙ୍କର ସହିତ ଅନେକ ତୀବ୍ର ନିନ୍ଦା କରିଛନ୍ତି । ଆଜି ସକାଳେ ମନ୍ତ୍ରୀ ଆମକୁ ଦେଇଥିବା ମନ୍ତବ୍ୟ ଅନୁସାରେ , ବିଜୁ ଜନତା ଦଳ ଅହିଂସାରେ ବିଶ୍ୱାସ କରେ , ବିଜେପି ଜାଣି ସାରିଲାଣି ଯେ ପିପିଲି ଉପନିର୍ବାଚନ ରେ ପରାଜୟ ସୁନିଶ୍ଚିତ, ତେଣୁ ବର୍ତ୍ତମାନ ବିଜେପିର ଅବସ୍ଥା ଔଷଧ ବିକଳରେ ତାଟିଆ କାମୁଡିବା ଭଳି । ଏହି ଆକ୍ରମଣ ରେ ବିଜେଡିର କର୍ମୀ ମାନେ ବିଚଳିତ ନ ହୋଇ ଶାନ୍ତି ବଜାୟ ରଖନ୍ତୁ । ପିପିଲି ବାସୀ ଭୋଟ ମାଧ୍ୟମରେ ଏହାର ଜବାବ ଦେବେ ।ଅନ୍ୟପଟେ ବିଜୁ ଯୁବ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ତଥା ଲୋକାଭିମୁଖୀ କାର୍ଯକ୍ରମ ଫଳରେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ବିଜେପି ଜାଣି ସାରିଛି । ଯେଉଁ ମାନେ ନଥୁରାମ ଗୋଡ଼ସେକୁ ନିଜର ଆଦର୍ଶ ବୋଲି ମଣୁଛନ୍ତି ଓ ଅହିଂସାର ପୂଜାରୀ ତଥା ଜାତିରପିତାଙ୍କର ଫୋଟୋକୁ ଗୁଳି ମାରୁଛନ୍ତି, ସେହି ବିଜେପି ଠାରୁ ଅହିଂସାର ଆଶା କରିବା କେବଳ ମୁର୍ଖତା । ଏହାପୂର୍ବରୁ ନିର୍ବାଚନ ସମୟରେ ସୋହେଲା ଠାରେ ନିର୍ବାଚନୀ ହିଂସାରେ ସୁବ୍ରତ ସିଂଙ୍କର ଡ୍ରାଇଭରର ହତ୍ୟା ଏହାର ପ୍ରମାଣ । ବିଜେପି ଲୋକଙ୍କର ବିଶ୍ୱାସ ଜିତିବା ବଦଳରେ ଲୋକଙ୍କୁ ଭୟଭୀତ କରାଇ ଭୋଟ ହାତେଇବାକୁ ଚାହୁଁଛି । ରାଜ୍ୟର ଜଣେ ପରୋପକାରୀ , ଜନପ୍ରିୟ ମନ୍ତ୍ରୀଙ୍କର ଉପରେ ଯଦି ନିର୍ବାଚନ ପୂର୍ବରୁ ଏହିଭଳି ଆକ୍ରମଣ ହୋଇପାରେ ତେବେ ନିର୍ବାଚନ ଜିତିବା ପରେ ବିଜେପି ଓ ଏହାର କାର୍ଯକର୍ତା ମାନେ ସାଧାରଣ ଜନତାଙ୍କ କିଭଳି ବ୍ୟବହାର ଦେଖାଇବେ ତାହା ସ୍ପଷ୍ଟ ଭାବରେ ଜଣା ପଡୁଛି । ଏହି ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ନିହାତି ଭାବରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।