ହେଡଲାଇନସ୍:

କେନ୍ଦ୍ରୀୟ ଡେପୁଟେସନରେ ଗଲେ ସନ୍ତୋଷ ଷଢଙ୍ଗୀ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ୧୯୯୪ ବ୍ୟାଚ ବରିଷ୍ଠ  ଆଇଏଏସ ଅଫିସର ତଥା ସମ୍ପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସନ୍ତୋଷ ଷଢଙ୍ଗୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଅନୁମତି ରାଜ୍ୟ ସରକାର | ତାଙ୍କୁ ରାଜ୍ୟ ସରକାର କେନ୍ଦ୍ର ଡେପୁଟେସନରେ  ଯିବାକୁ ରାଜ୍ୟ ସରକାର ଦାୟିତ୍ୱମୂକ୍ତ କରିଥିବା ସାଧାରଣ ପ୍ରଶାସନ ଵୋଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି | ଶ୍ରୀ ଷଢଙ୍ଗୀ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ଅନ୍ତର୍ଗତ ସ୍କୁଲ ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ଭାବେ ଯୋଗ ଦେବେ |  ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ଥିବା ମନୋଜ କୁମାର ମିଶ୍ରଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | 

ସୂଚନାଯୋଗ୍ୟ ଯେ ଶ୍ରୀ ଷଢଙ୍ଗୀ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀଙ୍କ ସ୍ୱାମୀ ଅଟନ୍ତି | 

0
0
0
s2sdefault