ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ପାନ୍ଥନିବାସ ପରିସରରେ ଜେଏମଏମର ରାଜ୍ୟ କମିଟି ପକ୍ଷରୁ ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଏମଏମର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, କେନ୍ଦ୍ର କମିଟି ସଦସ୍ୟ ଫାଗୁ ହାଁସଦାଃ, ଗୋବିନ୍ଦ ସୋରେନ, ପଶ୍ଚିମ ସାଙ୍ଗଠନିକ ଜିଲ୍ଲା ସଭାପତି ସୁନୀଲ ମାଝୀ, ସାଲୁ କିସ୍କୁ ପ୍ରମୁଖଙ୍କ ଉପସ୍ଥିତିରେ ପୂର୍ବ ସାଙ୍ଗଠନିକ ଜିଲ୍ଲା ସଭାପତି ଚକ୍ରଧର ସିଂ, ଉପସଭାପତି ଦାସ ମାର୍ଣ୍ଡି, ଆଦିକାନ୍ତ ମହାନ୍ତ, ସମ୍ପାଦକ ଶଙ୍କର ପ୍ରସାଦ ମୁର୍ମୁ, ମଧୁସୂଦନ ଟୁଡ଼ୁ, କୋଷାଧ୍ୟକ୍ଷ ଜଗନ୍ନାଥ ମାର୍ଣ୍ଡି ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସ୍ୱାଗତ କରାଯିବା ସହ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଦଳୀୟ କର୍ମକର୍ତ୍ତାମାନେ ଦଳର କାର୍ଯ୍ୟ ଖସଡ଼ା ଅନୁସାରେ ସମସ୍ତ କାର୍ଯ୍ୟକୁ ଆନ୍ତରିକତା ଓ ନିଷ୍ଠାର ସହ ସୁଚାରୁରୂପେ ତୁଲାଇବେ ବୋଲି ଶପଥ ନେଇଥିଲେ । ଅସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିବ୭ାଚନକୁ ଦୃଷ୍ଟିରେ ରଖି ଦଳର ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରାଯିବା ପାଇଁ ଦଳର ସମସ୍ତ କର୍ମକର୍ତ୍ତା, କମ୍ରୀ ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଗୁଡ଼ରା ମୁର୍ମୁ, ରାଇସେନ ମୁର୍ମୁ, ଶ୍ୟାମ ମୁର୍ମୁ, ବୁଧିରାମ ମାର୍ଣ୍ଡି, ଜଟାୟ ମାର୍ଣ୍ଡି, ବାଜୁନ ମାର୍ଣ୍ଡି, ମହେଶ ମାର୍ଣ୍ଡି ପ୍ରମୁଖ ଶତାଧିକ ବରିଷ୍ଠ ଓ ଯୁବ ନେତାମାନେ ଯୋଗ ଦେଇଥିଲେ ।