-
ଲୋକଙ୍କ ଆଖିରୁ ହଜିଯାଇଛି ନିଦ।
ସମ୍ବଲପୁର/ଯୁଯୁମୁରା :ସଦରରେଞ୍ଜ ଅନ୍ତର୍ଗତ ଯୁଯୁମୁରା ଏବଂ ମାନେଶ୍ବର ଅଞ୍ଚଳରେ ଲଗାତାର ଭାବେ ଦନ୍ତାହାତୀ ଡନର ଉପଦ୍ରବ ଜାରିରହିଛି l ସୂଚନା ଅନୁସାରେ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ମାରବାଡିବନ୍ଧ ଗ୍ରାମରେ ଲଗାତାର ତିନିଦିନ ଧରି ଦନ୍ତାହାତୀ ଡନ ଉପଦ୍ରବରେ ଗ୍ରାମର ପଦ୍ମଲୋଚନ ବାରିକ ଙ୍କ ପରିବା ବଗିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି l ଏପରିକି ଉକ୍ତ ଗ୍ରାମରେ ହାତୀଭୟରେ ଲୋକମାନେ ଗଛଉପରେ ମଞ୍ଚାକରି ରାତ୍ରିଯାପନ କରିବାକୁ ବାଧ୍ୟ ହେଉଛନ୍ତି l ସନ୍ଧ୍ୟା ହେଲେ ଲୋକ ମାନେ ହାତୀଭୟରେ ଘର କବାଟ ବନ୍ଦକରି ଦେଉଛନ୍ତି l ଏପଟେ ସ୍ଥାନୀୟ ବନ ଅଧିକାରୀ ଘଟଣା ସ୍ଥଳକୁ ଆସୁନଥିବା ମଧ୍ଯ ଲୋକେ ଅଭିଯୋଗ କରିଛନ୍ତି l
କେବଲ ଏକ ମହିଳା ଫୋରେଷ୍ଟ ଗାର୍ଡ ଉକ୍ତଅଞ୍ଚଳରେ ହାତୀଉପଦ୍ରବ ବେଲେ ରାତିଅଧରେ ଡ୍ୟୁଟି କରନ୍ତି l ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କିଛିଦିନ ହେବ ଦୁଇଟି ସ୍କ୍ଵାର୍ଡ ମଧ୍ଯ ଏହି ଅଞ୍ଚଳରେ ନିୟୋଜିତ କରାହୋଇଛି l ଏବଂ ପ୍ରକାଶ ଥାଉକି କିଛିଦିନ ପୂର୍ବରୁ ମାରବାଡିବନ୍ଧ ଠାରେ ହାତୀଉପଦ୍ରବରେ ଅତିଷ୍ଠ ଲୋକ ଏବଂ ବନ କର୍ମଚାରୀ ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା l ଦୀର୍ଘ ଦୁଇ ଘଣ୍ଟା ଧରି ହୋଇଥିବା ଗ୍ରାମବାସୀ ଏବଂ ବନ କର୍ମଚାରୀ ଙ୍କ ମଧ୍ୟରେ ବଚସା ଲାଗିରହିଥିବା ବେଲେ ମଧ୍ଯ ସ୍ଥାନୀୟ ଫରେଷ୍ଟର ଘଟଣା ସ୍ଥଳକୁ ଆସିନଥିବା ଅଭିଯୋଗ ହୋଇଛି l
ଦେଖିବାକୁ ଗଲେ ବାରମ୍ବାର ଏହି ଅଞ୍ଚଳଗୁଡ଼ିକରେ ଡନ ର ଉତ୍ପାତ ବଢ଼ିବଢ଼ି ଚାଲିଥିବା ବେଲେ ଏହାକୁ ରୋକିବା ଏବେ ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇସାରିଛି l
ଏ ସଂକ୍ରାନ୍ତରେ ଡି.ଏଫ.ଓ ସଞ୍ଜୀତ କୁମାର ଙ୍କୁ ଆମେ ପଚାରିବାରୁ ସେ କହିଲେ ଡନ ସମେତ ଅନ୍ଯବଣୁଆ ହାତୀ ଉପରେ ରୋକ ଲଗାଇବା ପାଇଁ ଏବେ ବନ ବିଭାଗ ପକ୍ଷରୁ ସୋଲାର ଫେନ୍ସିଗ ଏବଂ ଏଲିଫେଣ୍ଟ ପ୍ରୁଫ ଟ୍ରେଞ୍ଚ ଆରମ୍ଭ କରାଯାଇଛି। ଯାହାକି ଆଗାମୀ ଦିନରେ ହାତୀଉପଦ୍ରବ ଉପରେ ରୋକ ଲଗାଇପାରିବ ବୋଲି ଡି.ଏଫ.ଓ ସୂଚନା ଦେଇଛନ୍ତି l ହାତୀ ମଣିଷର ଏହି ଲଢେଇର ଅନ୍ତ କବେ ଖାଲି ଦଖିବାକୁ ବାକି ରହିଲା ।