ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନଙ୍କ ତୁମୁଲକାଣ୍ଡ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଅଫଲାଇନ ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ କରିବା ସହ ଏନେଇ ବିଶ୍ୱବିଦ୍ୟାଳୟ ରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ପୋଲିସ ପରିସ୍ଥିତି କୁ ନିଅନ୍ତ୍ରଣ କରିବାକୁ ଯାଇ ମୄଦୁ ଲାଠିଚାଳନା କରିଥିବା ଜଣାପଡିଛି ।
ସାରା ରାଜ୍ୟରେ ଅନଲାଇନ ପରୀକ୍ଷା କରିବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ଦାବି କରୁଥିବା ବେଳେ ଆଜି ଅଫଲାଇନ ପରୀକ୍ଷା ଦାବି କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଅଶାନ୍ତ ପରିସ୍ଥିତି ସୄଷ୍ଠି ହୋଇଛି । ବିଶ୍ୱବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ହେଲା ଯେ ବର୍ଷ ତମାମ ଅନଳାଇନ ପାଠପଢ଼ା ଚାଲିଲା ହେଲେ ପରୀକ୍ଷା ବେଳକୁ କୁହାଯାଉଛି ଅଫଳାଇନ ରେ ପରୀକ୍ଷା ଦେବ, ଯାହାକୁ କି ବିରୋଧ କରି ଆଜି ଶହ ଶହ ଛାତ୍ରଛାତ୍ରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରକୁ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ରୁ ବିଶ୍ୱବିଦ୍ୟାଳୟ ର ଆଡମିନିଷ୍ଟ୍ରେଟିଭ ବିଲ୍ଡିଂଗ ଗୋଟିଏ ବି ଘର ବାଦ ପଡିନଥିଲା । ଛାତ୍ର ମାନେ VC, ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଉତ୍ୟକ୍ତ ଛାତ୍ର ଟେକା ପଥର ମାଡ଼ କରିବା ସହ ଅସବାପତ୍ର ଭଙ୍ଗାରୁଜା କରିଛନ୍ତି ।
ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଦିନ ସମୟରେ ହଟାତ ଅନଲାଇନ ପରୀକ୍ଷା କରାଯିବା ଦାବିରେ ବରଗଡ଼ ଝାରସୁଗୁଡା, ସମ୍ବଲପୁର ଜିଲ୍ଲାର କିଛି କଲେଜ ଛାତ୍ର ଆସି ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଭଙ୍ଗାରୁଜା କରି ଉତ୍ତେଜନା ସୃଷ୍ଟି କରିଛନ୍ତି।ଖବର ପାଇ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ର ଙ୍କୁ ବୁଝା ସୁଝା କରିଥିଲା । ଆଲୋଚନା ଫଳପ୍ରଦ ନହେବାରୁ ଓ ଛାତ୍ରମାନେ ହିଂସା ଆଚରଣ କରିବାରୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା । ପୋଲିସ ଚାରି ଜଣ ଛାତ୍ର ଙ୍କୁ ଅଟକ ରଖିଛି । କ୍ୟାମ୍ପସ ପରିସର ଉତ୍ତେଜନା ପୂର୍ଣ ରହିଛି । କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛି । ଘଟଣା ସ୍ଥଳରେ ସମ୍ବଲପୁର ର ଅତିରିକ୍ତ ପୋଲିସ ଏସପି ଅମରେଶ ପଣ୍ଡା ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ର ତଦାରଖ କରୁଛନ୍ତି ।
ଅନଲାଇନ ପରୀକ୍ଷା କରାଯିବା ଦାବିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଆଜି ଉତ୍ତେଜନା ସହ ଅଶାନ୍ତ ପରିସ୍ଥିତି ସୄଷ୍ଠି ହୋଇଛି । ତେବେ ଆଗକୁ ଅଫଲାଇନ ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ନକଲେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।