ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ସାରା ରାଜ୍ୟରେ ହୁ ହୁ ହୋଇ ବଡୁଥିବା ମହାମାରୀ କୋଭିଡ ରେ ବ୍ରେକ ଦେବା ପାଇଁ ରାଜ୍ୟ ର ୧୦ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିଛି । ତେବେ ସମ୍ବଲପୁର ଜିଲ୍ଲା ଠାରେ ମଧ୍ୟ ନାଇଟ୍ କର୍ଫ୍ୟୁ କଡାକଡି ଭାବରେ ପାଲନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ସମ୍ବଲପୁର ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସ୍ଥାନ ରେ କଡାକଡି ଯାଞ୍ଚ କରାଯାଉଛି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ନିଜେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଠିକ ଭାବରେ ଯେପରି ନାଇଟ୍ କର୍ଫ୍ୟୁ ପାଲନ କରାଯିବ ତାର ତଦାରଖ କରୁଛନ୍ତି । ସମ୍ବଲପୁର ପୋଲିସ ପକ୍ଷରୁ ସହରର ୫ ଗୋଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ଥିବା ଜଣାପଡିଛି । ତେବେ ସମ୍ବଲପୁର ସହରରେ ଲୋକେ ନାଇଟ୍ କର୍ଫ୍ୟୁ ଯୋଗୁ ରାତିରେ ୧୦ ଟା ପୂର୍ବରୁ ଦୋକାନ ବଜାର ବନ୍ଦ କରି ଦେଇଥିବା ଦେଖିବାକୁ ମିଲିଥିଲା । ଅପରପକ୍ଷରେ ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ । ଜରୁରୀ ସେବା ,ଡାକ୍ତର, ନର୍ସ ଓ ପାରା ମେଡିକାଲ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଆମ୍ୱୁଲାନ୍ସ ଓ ମେଡିକାଲ କର୍ମଚାରୀଙ୍କୁ ଏହି କଟକଣାରୁ ମୁକ୍ତ କରାଯାଇଛି। ଆଉମଧ୍ୟ ବିଦ୍ୟୁତ୍ ବିଭାଗ କର୍ମଚାରୀ , ଅଗ୍ନିଶମ କର୍ମଚାରୀ , ଟେଲିକମ୍ , ଜଳ ଯୋଗାଣ , ରେଲୱେ , ଏୟାରପୋର୍ଟ , ପରିବହନ କର୍ମଚାରୀ ମେଡିସିନ୍ ଦୋକାନ ପାଇଁ କୌଣସି କଟକଣା ନାହିଁ ।
ରାଜ୍ୟ
ସମ୍ବଲପୁରରେ ନାଇଟ୍ କର୍ଫ୍ୟୁ ଆରମ୍ଭ।
- Hits: 286