ରାୟଗଡା ସରୋଜ କୁମାର ସାହୁ : ଆଜି ରିସୋର୍ସ, ( ଭୁବନେଶ୍ୱର ) ଓ ରାୟଗଡା ଭିନ୍ନକ୍ଷମ ମହାସଂଘର ମିଳିତ ଆନୁକୁଲ୍ୟେ ରେ ରାୟଗଡା ଜିଲ୍ଲା କଲନରା ବ୍ଲକ ର ଦିବ୍ୟାଙ୍ଗ ,ବୃଦ୍ଧ,ବିଧବା ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାରି ସୁବିଧା ଓ ଯୋଜନା ଉପରେ ସଚେତନ କରାଇବା ନିମନ୍ତେ ରିସୋର୍ସ,( ଭୁବନେଶ୍ୱର ) ର ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ଲେଙ୍କାଙ୍କ ପ୍ରଚେଷ୍ଟାରେ " ମୋ ଅଧିକାର " ଅଭିଯାନର ଆୟଜନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସେମାନଙ୍କ ର ଅଧିକାର ବିଷୟରେ ଅବଗତ କରାଇବା ସହ ସେସବୁ କୁ କିପରି ହାସଲ କରିପାରିବେ ସେ ବିଷୟରେ ଆଲୋକ ପାତ କରାଯାଇଥିଲା ଏହି ଅବସରରେ ରିସୋର୍ସ ( ଭୁବନେଶ୍ୱର ) ଓ ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ମହାସଂଘ ର ସଭାପତି ରାକେଶ ଚନ୍ଦ୍ର ହିମରିକା ,ଅମରେନ୍ଦ୍ର ନାଥ ଓ ଶିଶିର ରାଉଳ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ବିଷୟରେ ଆଲୋକପାତ କରାଇଥିଲେ । ଜିଲ୍ଲା ପରିଷଦ -ବୃନ୍ଦାବନ ହିମିରିକା,ନାୟବ ସରପଞ୍ଚ - ଏସ୍ ମୋହନ ରାଓ,ପୂର୍ବତନ ନାୟବ ସରପଞ୍ଚ- ଏଷ୍ଟକା ଆତ୍କା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସେମାନଙ୍କ ଅଧିକାର ବିଷୟରେ ବୁଝାଇବା ସହ ସେସବୁ ଅଧିକାରକୁ ହାସଲ କରିବାର ପଥପର୍ଦଶନ କରିଥିବା ବେଳେ ହେମାନନ୍ଦ ପରିଡ଼ା , ଲକ୍ଷ୍ମୀ ପୋଲାକା ସମେତ ତାଣ୍ଡିପୁର ହାଣ୍ଡିକାପଡ଼ ମହାଲକ୍ଷ୍ମୀ ଏସଏଚଜି ଗ୍ରୁପ୍ର ସଦସ୍ୟ ମାନେ ହେଲେ ଅଭିରାମ କର୍କରିଆ, କାସ୍ନା ପୁଲାକା,ବିଶ୍ୱନାଥ ପୂଲାକା,ରଣିତ୍ କାର୍କରିଆ,ଦାମୋଦର କୌଶଲ୍ୟା,ଅନିଲ କର୍କାରିଆ ପ୍ରମୁଖଙ୍କ ପ୍ରଚେଷ୍ଟାରେ ମୋ ଅଧିକାର ଅଭିଯାନ କର୍ଯ୍ୟକର୍ମା ଶୃଙ୍ଖଳା ର ସହ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ଥିଲେ |ଶେଷରେ ଶିଶିର ରାଉଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଅଭିଯାନ ସଭା ସାଙ୍ଗ କରିଥିଲେ |
ରାଜ୍ୟ
"ମୋ ଅଧିକାର"ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ସଚେତନତା ଶିବିର
- Hits: 273