ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ ବାବଦରେ ବାକିଆ ଥିବା ଓଡିଶାର ପ୍ରାପ୍ୟକୁ ଶୀଘ୍ର ପ୍ରଦାନ କରିବା ଦାବିରେ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ମନ୍ତ୍ରୀ ଶ୍ରୀ ନିଶଙ୍କଙ୍କୁ ଏକ ସ୍ମାରକପତ୍ର ଏହି ମର୍ମରେ ପ୍ରଦାନ କରିଛନ୍ତି ।
ବିଜେଡି ସାଂସଦ ମାନେ ଦେଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆର୍ଥିକ ବର୍ଷ 2020-21 ଆସି ସରିବାକୁ ବସିଲାଣି । ତେଣୁ ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ କାର୍ଯ୍ୟକ୍ରମରେ ବାକିଥିବା ଅନୁଦାନ ରାଶି ସ୍କୁଲ ଓ ଗଣଶିକ୍ଷା ବିଭାଗ ବାବଦ ୫୯୮.୦୬ କୋଟି ଓ ଉଚ୍ଚ ଶିକ୍ଷା ବିଭାଗ ବାବଦ ୧୨୯.୯୬ ଟଙ୍କା ପ୍ରଦାନ କରିବା ନିମିତ୍ତ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ସ୍ମାରକ ପତ୍ରରେ ସାଂସଦମାନେ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଏନ ଭାସ୍କର ରାଓ, ସୁବାସ ସିଂହ ଓ ସସ୍ମିତ ପାତ୍ର ସାମିଲ ଥିଲେ ।