ହେଡଲାଇନସ୍:

ବ୍ଲକସ୍ତରୀୟ ମହାସଙ୍ଘ ନିମନ୍ତେ ଦିନକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜଳ ବିଭାଜିକା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ମହାସଙ୍ଘ ନିମନ୍ତେ ଦିନିକିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ସମାଜ ଅଧିକାରୀ ଶ୍ରୀମତୀ ମିନତୀ ଦେଇ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ରବିନ୍ଦ୍ର କୁମାର ସାହୁ ,  ଜିଲ୍ଲା ପ୍ରକଳ୍ପ ସଂଯୋଜକ ,ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଳକ ସ୍ତରୀୟ ମହାସଙ୍ଘର ସଭାପତି, ସମ୍ପାଦକ , କୋଷାଧ୍ୟକ୍ଷ , ବ୍ଳକ ପ୍ରକଳ୍ପ ସଂଯୋଜକ , ମିଶନ ଶକ୍ତି ଓ ସିଡିପିଓ (CDPO) ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ସାହା ତାଙ୍କ ଅବିଭାଷଣରେ କିପରି ବ୍ଲକ ସ୍ତରୀୟ ମହାସଂଘ ଦ୍ବାରା ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ। 

ବ୍ଲକ ସ୍ତରୀୟ ମହାସଙ୍ଘର ମୁଖ୍ୟ ଉଦ୍ଦେଶ୍ୟ , ଭୂମିକା ବିଷୟରେ ଶ୍ରୀମତି ଦେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।  ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସେଠୀ ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଙ୍ଘକୁ ଦିଆଯାଇଥିବା ପ୍ରଶାସନିକ ଖର୍ଚ୍ଚ ଓ ଆବର୍ତ୍ତନ ପାଣ୍ଠି ଓ ତା'ର ଉପଯୋଗୀତା ଏବଂ ବ୍ଲକ ସ୍ତରରେ ବି.ଏଲ୍.ଏଫ୍ ଅଫିସ୍ ପରିଚାଳନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପିପିଟି(PPT) ମାଧ୍ୟମରେ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତିର କର୍ମକର୍ତ୍ତା ଏବଂ ବ୍ଲକ ସ୍ତରର ICDS   supervisors  ଅଂଶ ଗ୍ରହଣ କରିଥିଲେ। 

କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ବି.ଏଲ୍.ଏଫ୍ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଜିଲ୍ଲା ପ୍ରକଳ୍ପ ସହଯୋଗୀ, ମିଶନ ଶକ୍ତି ଶ୍ରୀମତି ମନସ୍ମିତା  ପାତ୍ର ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault