ହେଡଲାଇନସ୍:

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀରେ ପାରଳାରେ ବିଭିନ୍ନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ "ଗାନ୍ଧୀ ଙ୍କ ଓଡ଼ିଶା"

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ  ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧିଛକ , ସଂସ୍କୃତ ମହାବିଦ୍ୟାଳୟ ସାମନା ଓ ଗାନ୍ଧିସ୍ମୃତି ବିଦ୍ୟାଳୟ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ଦ୍ଵାରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । 

ସେହିଭଳି ସନ୍ଧ୍ୟା ସମୟରେ ଗାନ୍ଧୀ ଙ୍କ ଓଡିଶା ଆଗମନ ର ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନେ ପରିବେଷଣ କରିଥଲେ ନାଟକ "ଗାନ୍ଧୀ ଙ୍କ ଓଡ଼ିଶା"।

ସ୍ଥାନୀୟ ଟାଉନ୍ ହଲ୍ ଠାରେ ପରିବେଷଣ ହୋଇଥିବା ନାଟକ କୁ ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ନିର୍ଦ୍ଦେଶନା ଓ ମୋନଜ ପାଢ଼ୀ ସହନିର୍ଦ୍ଦେଶନା , ଗୁରୁରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।  ଅନୁଷ୍ଠାନ ର ୩୦ ଜଣ ବରିଷ୍ଟ ଓ ଯୁବ କଳାକାର ନେଇ ମଞ୍ଚସ୍ଥ ଏହି ନାଟକ କୁ ଦର୍ଶକ ଭରପୁର ଉପଭୋଗ କରଥିଲେ। ଗାନ୍ଧୀ ଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ କୁ ନେଇ ଚର୍ଚ୍ଚିତ ଏହି ନାଟକ ର ବିଭିନ୍ନ ଚରିତ୍ର ରେ ଏମ. ପୃଥିବୀରାଜ, ମନୋଜ ପାଢ଼ୀ, ମୁନା ପାଢ଼ୀ, ହିମାଂଶୁ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ , ରଜତ ପାତ୍ର , ହର ତ୍ରିପାଠୀ , ହରିହର ପଟ୍ଟନାୟକ , ଆଦର୍ଶ ଦାସ ,ସୁଜିତ୍ ପାଣିଗ୍ରାହୀ , ଅମୂଲ୍ୟ ପାଣିଗ୍ରାହୀ , ମତଙ୍ଗିନୀ ଗୁରୁ , ଇନ୍ଦିରା ପଟ୍ଟନାୟକ, ଜାନଭୀ ଜେନା , କୁନା ହଳଧର , ଜ୍ଞାନ ଦାସ , ରାଜେନ୍ଦ୍ର ପଣ୍ଡା , ସୁକୁମାର ମିଶ୍ର ଅଭିନୟ କରିଥିବା ବେଳେ ବ୍ରହ୍ମପୁ୍ର ର ଭୈରବୀ ଚିତ୍ରାଳୟ ରୂପଶଯ୍ୟା କରିଥଲେ।

ନାଟକ ପୁର୍ବ ଉଦଘାଟନ ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଭାକର ତ୍ରିପାଠୀ ଅଧ୍ୟକ୍ଷତାଙ୍କ  ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଅନ୍ୟ ମାନଙ୍କ ମଧ୍ୟରେ ପାରଳା ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ ରାଉତ, କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଓ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଞ୍ଚାସୀନ ରହିଥିଲେ।

0
0
0
s2sdefault