ହେଡଲାଇନସ୍:

ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ଆଇସିୟୁରେ ଆହତ କର୍ମଚାରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମରେ ଗତ ରାତିରେ ଜଣେ ମଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଗତ କାଲି ରାତିରେ ଏସ କେ ଏସ ମଇକ୍ରୋ ଫାଇନାନ୍ସ କମ୍ପାନୀ ରେ କାର୍ଯରତ ସୁବର୍ଣ୍ଣପୁର ଜିଲ୍ଲା , ବିରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ଗ୍ରାମର ମହେଶ୍ୱର ରାଜହଂସ ଙ୍କର ପୁଅ ବିଶ୍ୱଜିତ ପାଇକମାଲ ରେ କଲେକ୍ସନ ଏଜେଣ୍ଟ ଭାବରେ କାମ କରୁଥିଲେ । ଗତକାଲି ସେ ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମରୁ ପ୍ରାୟ ଏକ ଲକ୍ଷ ନବେ ହଜାର ଟଙ୍କା କଲେକ୍ସନ କରି ଫେରୁଥିବା ସମୟରେ , ଅମଠି ଗ୍ରାମ ନିକଟରେ ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ପିଛା କରୁଥିବା ଜାଣି ଜୀବନ ବଞ୍ଚାଇବା ପାଇଁ ସେ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ଘର ଆଡକୁ ଯାଉଥିଲେ । ପରିଚିତ ଙ୍କର ଘର ନିକଟକୁ ପହଂଚିବା ପରେ ପିଛା କରୁଥିବା ବ୍ୟକ୍ତି ବିଶ୍ୱଜିତ ଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ ଯାହାଫଳରେ ବିଶ୍ୱଜିତ ସେହି ସ୍ଥାନରେ ପଡି ଯାଇଥିଲେ । ବାହାର ପଟେ ଜୋରରେ ଶବ୍ଦ ହେଉଥିବା ଶୁଣି ଘର ମାଲିକ ଓ ଗାଁର କିଛି ଲୋକ ବାହାରକୁ ଆସି ବିଶ୍ୱଜିତ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏହାପରେ ଗ୍ରାମବାସୀ ମାନେ ଆକ୍ରମଣ କାରୀ ମାନଙ୍କୁ ଖୋଜିବା ସହିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ । ଘଟଣାର ଖବର ପାଇବା ପରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ଆମ୍ବୁଲାନ୍ସ ପହଂଛି ପ୍ରଥମେ ଗୁରୁତର ଆହତ ବିଶ୍ୱଜିତ ଙ୍କୁ ଅକ୍ସୀଜେନ ଲଗାଇ  ପଦ୍ମପୁର ଓ ପରେ ବୁର୍ଲା ନେଇଥିଲେ । ବର୍ତ୍ତମାନ ର ତାଜା ସୂଚନା ମୁତାବକ ବିଶ୍ୱଜିତ ଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 ଫାଇନାନ୍ସ କଂପାନୀର ବ୍ରାଞ୍ଚ ମେନେଜର ଆଜି ଏହି ଘଟଣା ବାବଦରେ ଝାରବନ୍ଧ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ୱଜିତ ପାଖରେ ଥିବା ଟଙ୍କା ବେଗ ସୁରକ୍ଷିତ ଥିବା ଜଣା ପଡିଥିବା ବେଳେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ତଥା ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ ଝାରବନ୍ଧ ଥାନାରେ କେଶ ନମ୍ବର 33/21 ରୁଜୁ କରି  ଘଟଣାର ତଦନ୍ତ ଜାରୀ ରହିଥିବା କହିଛନ୍ତି ।

0
0
0
s2sdefault