ହେଡଲାଇନସ୍:

ଅପରାଧୀଙ୍କ ଛାତିରେ ଛନକା ପୁରାଇଛି ଜଗଦଲପୁର ପୋଲିସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ: ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବିଧାନସଭା ଭିତରେ ଓ ବାହାରେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ କଥା କଟା କଟି ଦୋଷ ଲଦା ଲଦି ହୋଇଥାନ୍ତେ।ରାଜ୍ୟ ରେ ଦିନକୁ ଦିନ ବଢିଚାଲିଥିବା ଅପରାଧ ହତ୍ୟା ରାହାଜନି,ଲୁଟ,ଅପହରଣ, ସାଇବରଠକାମି ଉଭୟ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ପ୍ରଶାସନ କୁ ଚିନ୍ତା ରେ ପକାଇଛି।ଅପରାଧ ନିୟନ୍ତ୍ରଣ ପାଇଁ ସରକାର ଓ ପୋଲିସ ପ୍ରଶାସନ ବିଭିନ୍ନ ଯୋଜନା ପ୍ରଣୟନ କରି ଦକ୍ଷ ଓ ସୁଯୋଗ୍ୟ ପୋଲିସ ଅଫିସର ପୋଲିସ ଅଫିସର ମାନଙ୍କୁ ନିଯୁକ୍ତ କରୁଥିବା ଦେଖିବାକୁ ମିଳୁଥିଲେ ହେଁ ଅପରାଧ ଥମିବାର ନା ଧରୁ ନଥିବା ନିଶ୍ଚୟ ଚିନ୍ତା ର ବିଷୟ ସତେ ଯେମିତି ଅପରାଧିଙ୍କର ପୋଲିସ ପ୍ରଶାସନ ଓ ନ୍ୟାୟାଳୟ ର ଦଣ୍ଡ କୁ ଭୟ ନାହିଁ।ରାଜ୍ୟ ର ଏଭଳି ପରିସ୍ଥିତି ସମୟ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାଞ୍ଚଳ ଅପରାଧ ନିୟନ୍ତ୍ରଣ ରେ ସଫଳ ହୋଇପାରିଛି।ଜଗଦଲପୁର ଥାନା ର ତିନିଗୋଟି ପଞ୍ଚାୟତ ର ସରେକେଲା,ଜଗଦଲପୁର, କୁମିର ଅଙ୍ଗନଦୀର ସରକାରୀ ବାଲି ଘାଟ କାର୍ଯ୍ୟକ୍ଷମ ଥିଲା ବେଳେ ଲଘୁ ଖଣିଜ ଖଦାନ କୁ ଜଗଦଲପୁର ପୋଲିସ ଓ ପ୍ରଶାସନ ଅଞ୍ଚଳ ରେ ବନ୍ଦ କରିଛନ୍ତି।ଜଗଦଲପୁର ଥାନାରେ ଇନିଷ୍ପେକଟର,ସବଇନିଷ୍ପେକଟର,ହାବିଲଦାର,କନେଷ୍ଟବଳ, ପୋଲିସ ଫୋର୍ସ କୁ ନେଇ ଚାଲିଛି ଜଗଦଲପୁର ଥାନାଧିକାରୀ ଲିଲିମାଲଲିତା ବାର୍ଳା ଙ୍କ ଅପରାଧ ନିୟନ୍ତ୍ରଣ।ବିଗତ ତିନି ବର୍ଷର ଅପରାଧିକ ରେକର୍ଡ ତର୍ଜମା କଲେ ଜଗଦଲପୁର ପୋଲିସ ଥାନା ର ଅପରାଧ ନିୟନ୍ତ୍ରଣ ଯୋଜନା ସ୍ୱାଗତ ଯୋଗ୍ୟ କେବଳ ସେତିକି ନୁହେଁ କରୋନା ମହାମାରୀ ସମୟ ରେ ଜଗଦଲପୁର ପୋଲିସ ର ଭୂମିକା ଓ କୋଭିଡ଼ ପରିଚାଳନା ପ୍ରଶଂସନିୟ।ଜଗଦଲପୁର ପୋଲିସ ର   ଦବଦବା ପାଇଁ ନକଲି ମାଓବାଦୀ ଗିରଫ ବାଲି ଓ ମୁରୁମ ଚୋରା ଚାଲାଣ ମଦ ମାଫିଆ ଙ୍କ ବେଆଇନ ମଦ କାରବାର ଜୁଆ ଆଡ୍ଡା ଚୋରି ସାମଗ୍ରୀ ଜବତ ହେବା ସହ ଲୋକ ଲୋଚନ କୁ ଆଣିବା ଦିଗ ରେ ସଫଳ ହୋଇଛନ୍ତି।ଏହି ସବୁ ବିଗତ ତିନି ବର୍ଷ ର ଗୁଡ଼ାଏ ମାମଲା ମାନ୍ୟବର କୋର୍ଟ କୁ ବିଚାର ପାଇଁ ପଠାଯାଇଛି।ଲକଡାଉନ କୋହଳ ହେଲା ପରେ ଗାଁ ଗହଲି ରେ ପୋଲିସ ପାଟ୍ରୋଲିଂ କମି ଯାଇଥିବାରୁ।ରାସ୍ତା ଘାଟ ରେ ଅସାମାଜିକ ତତ୍ତ୍ୱ ମାନଙ୍କ ରପ୍ରାଦୁର୍ଭାଵ ବଢିଚାଲିଛି।ନିୟମିତ ପାଟ୍ରୋଲିଂ କରାଗଲେ ଜଗଦଲପୁର ପୋଲିସ ଜନସାଧାରଣ ଙ୍କ ଅଧିକ ବିଶ୍ୱାସ ଭାଜନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।ତେଣୁ ଥାନାଧିକାରୀ ଶ୍ରୀମତୀ ବାର୍ଳା ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୁଏ।

 

0
0
0
s2sdefault