ହେଡଲାଇନସ୍:

ସୋହେଲାରେ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ରକ୍ତ ଭଣ୍ଡାର ରେ ପ୍ରାୟ ସବୁ ସମୟରେ ରକ୍ତର ଅଭାବ ପରିଲକ୍ଷିତ ହୋଇଥାଏ । ଏହି ଅଭାବ କୁ କିଛି କମ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ସମୟରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥାଏ । ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲାଗିରହିଥିବା ରକ୍ତର ଅଭାବକୁ ଦୂର କରିବା ପାଇଁ ଯୁବ ସମାଜ କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନିର୍ଦେଶ କ୍ରମେ ବିଜୁ ଜନତା ଦଳ ର ଓଡିଶା ମୋ ପରିବାର ଅନୁକୂଳ ରେ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ । ଏହି କ୍ରମରେ ଆଜି ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ସୋହେଲା ବିଜୁ ଜନତା ଦଳ ତରଫରୁ ସୋହେଲା ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ନିଜେ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ ।  ମାନ୍ୟବର ମନ୍ତ୍ରୀ ଶିବିର ଉଦଘାଟନ କରିବା ପରେ ରକ୍ତ ଦାନ କରିବାକୁ ଆସିଥିବା ଯୁବକ ମାନଙ୍କର ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ମେଗା ଶିବିରରେ ପ୍ରଥମ ଥର ପାଇଁ ଏକ ଶହ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗୋଟିଏ ଦିନରେ ଏତେ ପରିମାଣରେ ରକ୍ତ ସଂଗ୍ରହ କରାଯିବାର ଏହା ସୋହେଲାରେ ପ୍ରଥମ ବୋଲି ଜଣାପଡିଛି । ଅନ୍ୟ ମାନଙ୍କର ମଧ୍ୟରେ , ସମ୍ମାନିତ ଅତିଥି ଭାବରେ ଯୁବନେତା ତଥା ସମାଜସେବୀ ଶ୍ରୀ ସୁବ୍ରତ ସିଂହ ଯୋଗଦେଇ ନିଜେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।  ଏହି ଶିବିର ରେ ଜିଲ୍ଳାପରିଷଦ ସଭ୍ଯ ସୁବ୍ରତ ବେହେରା, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ  ଗୌରହରି ମିଶ୍ର, ଜିଲ୍ଲା ଜୀବନ ବିନ୍ଦୁର ସହ ସଂଯୋଜକ ଶ୍ରୀ ଅଶ୍ବିନୀ ତ୍ରିପାଠୀ, ଜିଲ୍ଲା ଯୁବ ଜନତା ଦଳର  ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ , ସୋହେଲା ବ୍ଳକ ଅଧ୍ୟକ୍ଷ ଜୀବର୍ଧନ ବରିହା,ରାହୁଲ ସାହୁ,ନିଲୁ ଝାଙ୍କର, ହିରୋ ମାଝୀ,ସୁରେଶ ବାଗ,ପ୍ରକାଶ ପାତ୍ର , କୁଳମଣି ଦେୱାନ , ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ , ମନ ମାଝୀ ,ରାଜେଶ ଅଗ୍ରୱାଲ ମାର୍କଣ୍ଡ ସା ,ଶ୍ରୀକାନ୍ତ ସେନାପତି, ବିଦ୍ୟାଧର ପ୍ରଧାନ, ତଥା ସୋହେଲାର ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ରହି  ଶିବିର ପରିଚାଳନା କରିଥିଲେ ।ଶେଷରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତଥା ଯୁବନେତା ଶ୍ରୀ ସୁବ୍ରତ ସିଂ ରକ୍ତ ଦାତା ମାନଙ୍କୁ ରକ୍ତଦାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।  ସମସ୍ତ ରକ୍ତ ଦାତା, ଏବଂ ରକ୍ତ ଦାନ ଶିବିରକୁ ସୁଚାରୁ ରୂପରେ ପରିଚାଳନ କରିଥିବା କର୍ମକର୍ତ୍ତା ମାନଙ୍କୁ ତଥା ରକ୍ତ ଭଣ୍ଡାର ର କର୍ମଚାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault