ହେଡଲାଇନସ୍:

କୋଭିଡ କଟକଣା ପାଇଁ ପ୍ରସିଦ୍ଧ ହୁମା ମେଳା ପଡିଲା ଫିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ  ବିଶ୍ୱାଳ :  ଆଜି ହେଉଛି ପଵିତ୍ର ମହାଶିବରାତ୍ରି । ଭକ୍ତ ଙ୍କ ପାଇଁ  ପ୍ରଭୁ ଭୋଲେନାଥ ଙ୍କର  ପବିତ୍ର ଆରାଧନା ର ଦିନ । ଏହିଦିନ ପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁନ୍ୟ ମିଲିଥାଏ । ତେବେ କୋଭିଡ କଟକଣା ପାଇଁ ଏଥର ଭକ୍ତଙ୍କ ଶିବାଲୟ ପ୍ରବେଶ ଉପରେ କଟକଣା ଥିବାରୁ ବିଭିନ୍ନ ଶିବାଳୟ ରେ ଭକ୍ତବିନା ଶିବରାତ୍ରି ପାଲିତ ହୋଇଥିଲା । ସମ୍ବଲପୁର ର ପ୍ରଶିଦ୍ଧ ବକ୍ର ମନ୍ଦିର ହୁମା ଠାରେ ମଧ୍ୟ କୋଭିଡ ପାଇଁ ଭାଙ୍ଗିଲା ବର୍ଷ ବର୍ଷ ର ପରମ୍ପରା । କେବଲ ବିଧିରକ୍ଷା ପାଇଁ ସେବାୟତ ଙ୍କ ଦ୍ୱ।ରା ପୂଜାର୍ଚ୍ଚନା କରାଯାଇଛି ।

ସମ୍ବଲପୁର ର ପ୍ରଶିଦ୍ଧ ହୁମା ବକ୍ର ମନ୍ଦିର ଠାରେ ଏଥର ଫିକା ପଡିଲା ମହାଶିବରାତ୍ରି । କାହିଁକି ନା କୋଭିଡ କଟକଣା ପାଇଁ ଚଳିତ ବର୍ଷ ହେଲାନାହିଁ ପ୍ରଶିଦ୍ଧ ହୁମା ମେଲା । ହୁମା ର ପ୍ରସିଦ୍ଧ  ବକ୍ର ମନ୍ଦିର ଠାରେ ପୁଜା ପାଇଥାନ୍ତି ବାବା ଶିମଲେଶ୍ୱର । ପଶ୍ଚିମ ଓଡିଶାର ପଵିତ୍ର ଅଷ୍ଟସମ୍ଭୁ ପୀଠ ମଧ୍ୟରୁ ବାବା ବିମଲେଶ୍ୱର ଙ୍କ ପୀଠ ହେଉଛି ଅନ୍ୟତମ ପୀଠ । ପ୍ରତିବର୍ଷପବିତ୍ର  ମହାଶିବରାତ୍ରି ହୁମାରେ ଅନୁଷ୍ଠିତ ହୋଇଥାଏ ପ୍ରଶିଦ୍ଧ ହୁମାମେଲା । ଏଥିରେ ସମ୍ବଲପୁର ସମେତ ରାଜ୍ୟ ବାହାର ଲକ୍ଷ ଲକ୍ଷ ଶ୍ରଦ୍ଦାଲୁ ସାମିଲ ହୋଇ ବାବା ବିମଲେଶ୍ୱର ଙ୍କ ଦର୍ଶନ କରିବା ସହ ହୁମା ମେଲା ର ମଜା ନେଇଥାନ୍ତି । ଏଥର କିନ୍ତୁ  କଟକଣା ହୁମା ମନ୍ଦିର ପରିସର ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଲୁଛି । ଭକ୍ତ ମନ୍ଦିରଯାଇ ନପାରି ବାହାରେ ପ୍ରଭୁ ଙ୍କୁ ସ୍ମରଣ କରି ପୁଜାର୍ଚ୍ଚନା କରୁଥିବା ଦେଖିବାକୁ ମିଲିଥିଲା ।

ଦେଶରେ କରୋନା ର ଦ୍ୱିତୀୟ ଲହରି ଦେଖା ଦେଇଥିବାରୁ ଚଳିତ ବର୍ଷ ହୁମା ମେଲାକୁ ଆୟୋଜନ ନ କରିବାକୁ ପୁର୍ବରୁ  ମନ୍ଦିର ଟ୍ରଷ୍ଠ ବୋଡ ଓ ପ୍ରଶାସନ ର ମିଲିତ ଵୈଠକରେ ନିଷ୍ପତ୍ତି ନିଆଯାଇଥିଲା ।  ହୁମା ମେଲା ଟି ମହା ଶିବରାତ୍ରୀ ରୁ ଆରମ୍ଭ ହୋଇ ସାତ ଦିନ ଯାଏ ଆୟୋଜିତ ହେବା ସହ ଏଠାରେ ମିନାବଜାର ସହ ବହୁ  ଦୋକାନ ବଜାର ବସିଥାଏ । ମେଲା ହେଲେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହୁମା ମେଲା ଵନ୍ଦ କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ   ଶିବରାତ୍ରି ସମୟରେ ସେବାୟତମାନେ ପୂର୍ବଭଳି  ମନ୍ଦିରରେ ବାବା  ବିମଳେଶ୍ବରଙ୍କ ପୂଜାର୍ଚ୍ଚନା କରୁଥିବା ଦେଖାଥେଇଥିଲା । 

 କୋଭିଡ କଟକଣା ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ବାଧକ ସାଜିଥିଲେ ବି ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ହୁମା ମେଲା ବନ୍ଦ ନିଷ୍ପତ୍ତି କୁ ସାଧାରଣ ରେ ସ୍ୱ।ଗତ କରାଯାଉଛି ।

0
0
0
s2sdefault