ହେଡଲାଇନସ୍:

ପାରାଦ୍ୱୀପରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା :ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡିଶାକୁ ପୁଣି ଥରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶେଷ ଭାବରେ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଓଡିଶାର ଭୁମିକାକୁ ବଳିଷ୍ଠ  କରିବା ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ ଓ କାର୍ଯ୍ୟରତ । ଏହି ପରିପ୍ରେକ୍ଷୀରେ ଗତ କାଲି ପାରାଦ୍ୱୀପରେ କେନ୍ଦ୍ର ସରକାରଙ୍କ ସହାୟତାରେ ୧୦୬.୭୮କୋଟି ଟଙ୍କାର ପୁଞ୍ଜି ନିବେଶରେ ଭାରତବର୍ଷର ପ୍ରଥମ ସଂପୂର୍ଣ୍ଣ ପ୍ଲାଷ୍ଟିକ ପାର୍କ ନିର୍ମାଣର ଶୁଭାରମ୍ଭ ହୋଇଛି । ଏହି ନୂତନ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା  ଦ୍ୱାରା ରାଜ୍ୟର କଟକ, ଖୋର୍ଦ୍ଧା, ବାଲେଶ୍ୱର, ଗଂଜାମ ଆଦି ଜିଲ୍ଲାରେ ଗଢି ଉଠିବାକୁ ଥିବା ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ବହୁ ସହାୟକ ହେବ । ଏହା ବ୍ୟତୀତ ଏହି ପୁଞ୍ଜି ନିବେଶ ଯୋଗୁଁ ଓଡିଶାର ଯୁବକଯୁବତୀମାନଙ୍କୁ ରୋଜଗାର ମିଳିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଏହି ପ୍ଲାଷ୍ଟିକ ପାର୍କ ବହୁ ସହାୟକ ହେବ । ଏଥି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ରାଜ୍ୟ ସଭାପତିି ଶ୍ରୀ ସମୀର ମହାନ୍ତି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ମୋଦି ସରକାର ଓଡିଶାର ବିକାଶ ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରୁଥିବାବେଳେ  ରାଜ୍ୟସରକାର ବିକାଶର ବାଧକ ନସାଜି ଆଗେଇ ଆସି ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault