ହେଡଲାଇନସ୍:

ଚାଷୀ ସମସ୍ୟା : ବିଜେପି ର ଚକାଜାମ ଆନ୍ଦୋଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):- ପୁଣି ପଶ୍ଚିମ ଓଡିଶାରେ ବିଜେପି ଚାଷୀ ଙ୍କ ସମସ୍ୟା ନେଇ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛି । ବିଜେପି ପକ୍ଷରୁ  ପଶ୍ଚିମ ଓଡିଶା ୫ ଟି ସାଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲାମାନଙ୍କରେ  ୨ ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଥିଲା । ସମ୍ବଲପୁର ଠାରେ ସମ୍ବଲପୁର - କଟକ ଜାତୀୟ ରାଜପଥର ମାନେଶ୍ୱର ଛକଠାରେ  ସକାଳ ୧୦ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ଚକାଜାମ ଆନ୍ଦୋଳନ  କରାଯାଇଥିଲା  । ବିଜେପି ରାଜ୍ୟ ସରକାର ଙ୍କୁ  ସିଧାସଳଖ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଚାଷୀ ଙ୍କ ମଣ୍ତି ସମସ୍ୟା ଲାଗିରହିଥବାରୁ ଆଜି ମଧ୍ୟ ମଣ୍ତି ମାନଙ୍କରେ ଲକ୍ଷାଧିକ ବସ୍ତା ଧାନ ପଡିରହିଛି । ରାଜ୍ୟ ସରକାର ଙ୍କ ଚାଷୀ ମାରଣା ନୀତି ଯୋଗୁଁ ଚାଷୀ ଙ୍କ ଧାନ ବିକ୍ରିରେ ସମସ୍ୟା  ରହୁଛି । ରାଜ୍ୟ ସରକାର ଚାଷୀ ଙ୍କ ସମସ୍ୟା ସମାଧାନ କରିବାରେ ଫେଲ ମାରିଥିବା ଦଳ କହିଛି ବିଜେପି । ଏହାକୁ ନେଇ  ବିଜେପି ପକ୍ଷରୁ  ଆଜି ସମଗ୍ର  ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ରାଜରାସ୍ତା ୨  ଘଣ୍ଟା ଧରି ଚକା ଜାମ କରିବା ସହ ଆଗାମି ଦିନରେ ଚାଷୀ ଙ୍କ  ଅଧିକାର ପାଇଁ ରାଜ୍ୟ ବିଜେଡି ସରକାର ବିରୋଧରେ ଯୋରଦାର ଲଡେଇ କରାଯିବ ବୋଲି ଦଳ ଚେତାବନୀ ଦେଇଛି । ବିଜେପି ର ଚକାଜାମ ଆନ୍ଦୋଳନ ପାଇଁ ସମ୍ବଲପୁର -କଟକ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ  ସହ ସହ ସଂଖ୍ୟାରେ ଯାନବାହନ ଅଟକି  ରହିଥିବା ଦେଖିବାକୁ ମିଲିଥିଲା ।

0
0
0
s2sdefault