ପ୍ରତାପଙ୍କ ସମାବେଶ ଆଗରେ ଫିକା ପଡିଲା ସାରଦାଙ୍କ ଶକ୍ତି ପ୍ରଦର୍ଶନ
ମାହାଙ୍ଗା/ କଟକ (ଶାସକ ପ୍ରଶାସକ) : ସାରଦାଙ୍କ ତାରିଖ ଫିକ୍ସ , ପ୍ରତାପଙ୍କ ତାରିଖ ଫିକ୍ସ | ସାରଦାଙ୍କ ଜାଗା ଫିକ୍ସ, ପ୍ରତାପଙ୍କ ଜାଗା ବି ଫିକ୍ସ | ଶାରଦାଙ୍କ କାର୍ଯ୍ୟକ୍ରମ ମହିଳା ଦିବସ ଫିକ୍ସ ଆଉ ପ୍ରତାପଙ୍କ ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ,କଲେଜ ବିଲଡିଂ ଉଦ୍ଘାଟନ , ଆଉ ମହିଳା ସମାବେଶ କାର୍ଯ୍ୟକ୍ରମ ବି ଫିକ୍ସ | ହେଲେ ଶେଷ ମୁହୂର୍ତ୍ତରେ ସାରଦା କଣ ଭାବିଲେ କେଜାଣି , ପ୍ରୋଗ୍ରାମ ଚେଞ୍ଜ ହେଇଗଲା ହେଲେ ତାଙ୍କ ପତିଆରା ଫୁସ କରିବା ପାଇଁ ୟାଙ୍କ ପ୍ରୋଗ୍ରାମ ଚେଞ୍ଜ ହେଇଗଲା | ଭୁବନେଶ୍ୱର ରାଜ୍ୟ କାର୍ଯ୍ୟକାରିଣୀଙ୍କୁ ଆସିଥିବା ପୁରନ୍ଦେଶ୍ୱରୀଙ୍କୁ ଆଣିବା ଫିକ୍ସ ହେଲା ପରେ ଜାଗା ଚେଞ୍ଜ ହେଇଗଲା | ଆଉ ପ୍ରତାପ ଯେଉଁ ଜାଗାରେ କାର୍ଯ୍ୟକ୍ରମ ଫିକ୍ସ କରିଥିଲେ ଜଷ୍ଟ ତା ପାଖାପାଖି | ଅତିବେଶୀରେ ୫୦୦ ମିଟର ବ୍ୟବଧାନ | ସାରଦାଙ୍କ ପ୍ରୋଗ୍ରାମ ହେଲା | ଡି ପୁରନ୍ଦେଶ୍ୱରୀ, ଲେଖାଶ୍ରୀ ସାମନ୍ତସିଂହାର ଆଦି ଆସି ସରକାରଙ୍କ ଉପରେ ବର୍ଷିଲେ | ହେଲେ ସାରଦା ଯେଉଁ ପ୍ରକାର ଲୋକ ହେବେ ବୋଲି ଭାବିଥିଲେ ସେତେ ଲୋକ ହେଲେନି | ସାରଦାଙ୍କ ମହିଳା ଦିବସ କାର୍ଯ୍ୟକ୍ରମ ସରିଲା ଦିଟା ଅଢେଇଟାରେ, ଆଉ ସେପଟେରେ ଆରମ୍ଭ ହେଲା ପ୍ରତାପଙ୍କ କାର୍ଯ୍ୟକ୍ରମ ତିନିଟାରୁ | ପ୍ରତାପଙ୍କ ସହ ଆସିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ | ହଜାର ହଜାର ସଂଖ୍ୟାରେ ମୋଟର ସାଇକେଲ ରାଲିରେ ଆସିଥିବା ଦୁଇ ମନ୍ତ୍ରୀ ପ୍ରତାପ ଓ ସମୀରଙ୍କୁ ସ୍ୱାଗତ କରିବା ପାଇଁ ଯାତ୍ରା ଭଳିଆ ଲୋକଙ୍କ ସମାଗମ | ଆଉ ୫୦୦ ମିଟର ଦୂରରେ ପୁରନ୍ଦେଶ୍ୱରୀ ଓ ସାରଦା ସରକାରଙ୍କୁ ଯାହା ସୋଧୀ ଥିଲେ ଯେତିକି ଗରଜିଥିଲେ, ପ୍ରତାପ ଓ ସମୀର ତାଙ୍କ ଭାଷଣରେ ସେ ସବୁକୁ ମୂଳ ସହ ଚକ୍ରବୁଦ୍ଧି ସୁଧରେ ଶୁଝେଇ ଦେଇଥିଲେ | ବିଜେଡି ରାଜ୍ୟରେ ବିକାଶ ଜାରି ରଖିଥିବା ବେଳେ ଫମ୍ପା ଭାଷଣବାଜୀ କରୁଥିବା ଶୋଷଣକାରୀଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ ମନ୍ତ୍ରୀ ପ୍ରତାପ ଓ ସମୀର | ଲୋକଙ୍କ କହିବା ଅନୁଯାୟୀ ଆଗରୁ ପ୍ରତାପଙ୍କ ଧାର୍ଯ୍ୟ କାର୍ଯ୍ୟକ୍ରମ ସ୍ଥଳ ଠାରୁ ପ୍ରାୟ ୨୦ କିମି ଦୂରରେ ବିଜେପିର ମହିଳା ଦିବସ ପ୍ରୋଗ୍ରାମ ହେବା ପାଇଁ ସାରଦା କୁଆଡେ ଧାର୍ଯ୍ୟ କରିଥିଲେ | ହେଲେ ପ୍ରତାପଙ୍କ ପ୍ରୋଗ୍ରାମ ଫୁସୁକେଇବା ପାଇଁ କୁଆଡେ ସେ କାର୍ଯ୍ୟକ୍ରମର ଭେନ୍ୟୁ ପରିବର୍ତ୍ତନ କରି ପ୍ରତାପଙ୍କ କାର୍ଯ୍ୟକ୍ରମ ସ୍ଥଳ ପାଖାପାଖି ସିଫ୍ଟ କରି ସମାନ୍ତରାଳ ସଭାର ଆୟୋଜନ କରିଥିଲେ | ବଡ ନେତାଙ୍କୁ ଡକେଇ, ଜାଗା ବଦଳେଇ, ସବୁ ବଳ ଖଟେଇ ସାରଦା ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ | ହେଲେ ପ୍ରତାପଙ୍କ ଅପରିବର୍ତ୍ତିତ କାର୍ଯ୍ୟକ୍ରମ, ବିପୁଳ ଜନ ସମାଗମ ଆଗରେ ସାରଦାଙ୍କ ଶକ୍ତି ପ୍ରଦର୍ଶନ ଫିକା ପଡିଗଲା | ଲୋକଙ୍କ କହିବା ଅନୁଯାୟୀ ପ୍ରତାପଙ୍କୁ ଚେକ ଦେବା ପାଇଁ ସାରଦା କରିଥିବା ସବୁ ଯୋଜନା ଫସର ଫାଟିଗଲା | ପୁଣି ଥରେ ମନ୍ତ୍ରୀ ପ୍ରତାପ ମାହାଙ୍ଗା ମାଟିରେ ସାରଦାଙ୍କୁ ଦେଖାଇଲେ ନିଜ ଦମ ଓ ତାଙ୍କ ପ୍ରତି ମାହାଙ୍ଗାବାସୀଙ୍କ ଥିବା ଶ୍ରଦ୍ଧା ଓ ଭଲପାଇବା |
ମାହାଙ୍ଗାରେ ବିଶାଳ ମହିଳା ସମାବେଶରେ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ ଯୋଗ ଦେବା ସହିତ ଓଷଙ୍ଗ ପଂଚାୟତର କଉଡୁକୋଲା ଠାରେ ୪କୋଟି ୫୦ଲକ୍ଷ ଟଙ୍କାରେ ନିର୍ମିତ ମାହାଙ୍ଗା ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କରିଥିଲେ । ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ପାତ୍ର, ବିଇଓ ଚକ୍ରଧର ବେହେରା, ଉପାଧ୍ୟକ୍ଷା ରସିବା ବେଗମ, ଜିଲ୍ଲା ପରିଷଦ ସଭ୍ୟ ହରପ୍ରିୟା ପାଣି, ସ୍ଥାନୀୟ ସରଞ୍ଚ ଧୀରେନ୍ଦ୍ର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଆତ୍ମା ଅଧ୍ୟକ୍ଷ ଭଗବାନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମ ପୂର୍ବରୁ ଦୁଇ ମନ୍ତ୍ରୀଙ୍କୁ ଗୋତରା ଅସୁରେଶ୍ୱରୀ ବଜାର ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ଏରକଣା କଲେଜକୁ ପାଛୋଟି ଦେଇଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ଜେନା ଓ ମନ୍ତ୍ରୀ ଶ୍ରୀ ଦାଶ ତିନି ମହଲା ବିଶିଷ୍ଟ କଲେଜ ଗୃହକୁ ଉଦଘାଟନ କରିଥିଲେ । ଏହାପରେ ଗୋକନସ୍ଥିତ ବିଜୁ ପଟ୍ଟନାୟକୂ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହିଳା ସମାବେଶରେ ଯୋଗ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ଅବସରରେ ଉଦ୍ବୋଧନ ଦେଇ କହିଥିଲେ ଯେ, ସାରା ଭାରତ ବର୍ଷରେ ଓଡ଼ିଶାକୁ ଏକ ଅଗ୍ରଣୀ, ବିକାଶଶୀଳ ତଥା ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗିକାରବଦ୍ଧ । ତାଙ୍କ କାର୍ଯ୍ୟଧାରାରେ ଆସ୍ଥା ପ୍ରକଟ କରି ଓଡ଼ିଶାବାସୀ ଦୀର୍ଘ ୨୧ବର୍ଷ ହେଲା ସେମାନଙ୍କ ଭଲ ପାଇବା ଅଜାଡ଼ି ଚାଲିଛନ୍ତି । ବିଜେପିକୁ ସମାଲୋଚନା କରି ଶ୍ରୀ ଦାଶ କହିଥିଲେ ଯେ, ଏକ ଶୋଷଣକାରୀ ଦଳକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି । ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଏହି ବିକାଶ ଧାରାରେ ବାଧା ସୃଷ୍ଟି କରିବା ପାଇଁ ଏକ ମିଛୁଆ ଫମ୍ପା ଭାଷଣବାଜୀ ଦଳ ମୁଣ୍ଡ ଟେକିଛି । ଏହାକୁ ଓଡ଼ିଶାବାସୀ ଉଚିତ ଜବାବ ଦେଇ ଆଗାମୀ ଦିନରେ ବି ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ଦାଶ କହିକଛନ୍ତି । ସେହିଭଳି ପଂଚାୟତରାଜ, ଗୃହ ନିର୍ମାଣ, ନଗର ଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମାହାଙ୍ଗାରେ ବିକାଶ ପ୍ରକ୍ରିୟା ଜାରି ରହିଛି | କେଲେ କିଛି ଅସହିଷ୍ଣୁ ବିରୋଧୀ ମାହାଙ୍ଗାର ବିକାଶମୂଳକ କାର୍ଯ୍ୟକୁ ସହି ନପାରି ଇର୍ଷାନ୍ୱିତ ହୋଇ ମିଛ ଅପ୍ରଚାର କରିବା ସହ ମାହାଙ୍ଗା ବିକାଶରେ ବାଧା ସୃଷ୍ଟି କହିଛନ୍ତି । ନାନାଦି କୁତ୍ସା ରଟନାରେ ବ୍ୟସ୍ତ ଅଛନ୍ତି | ସେମାନେ ଯେତେ ଅପପ୍ରଚାର କଲେ ବି ମାହାଙ୍ଗା ମାଟିରେ ବିକାଶର ଏ ଯାତ୍ରା ଅବ୍ୟାହତ ରହିବ | ମାହାଙ୍ଗା ବିକାଶରେ ବାଧକ ସାଜିଥିବା ଈର୍ଷାଳୁଙ୍କୁ ସାଧାରଣ ଲୋକେ ଆଗାମୀ ଦିନରେ ମଧ୍ୟ ଉଚିତ ଜବାବ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ରାଜ କିଶୋର ଜେନା, ଡକ୍ଟର ଜୟୀରାମ ସ୍ୱାଇଁ, କଲେଜ ଅଧ୍ୟକ୍ଷ ବିବେକାନନ୍ଦ ମିଶ୍ର, ସ୍ଥାନୀୟ ସରପଞ୍ଚ ସସ୍ମିତା ସିଂହ, ଜିଲ୍ଲା ପରିଷଦ ସଭ୍ୟ ଅନ୍ନପୂର୍ଣ୍ଣା ବେହେରା, ବିଜେଡ଼ି ଯୁବ ନେତା ଅଶୋକ ଓଝା, ବ୍ଲକ ଯୁବ ବିଜେଡ଼ି ସଭାତି ଶରତ ମହାପାତ୍ର , ବ୍ଲକ ଅଧ୍ୟକ୍ଷ କିଶୋର ସିଂହ, ଅଧ୍ୟାପକ ନଳିନୀ କୁମାର ସାହୁ, ରଜନୀ ପରିଡ଼ା, ଭ୍ରମରବର ରାଉତରାୟ, ଜ୍ଞାନେନ୍ଦ୍ର ସାହୁ, ଆଇନଜୀବୀ ଜତିନ୍ଦ୍ର ମହାନ୍ତି, ସୁରେଶଜେନା, ନିରଞ୍ଜନ ସାମଲ, ନିରଞ୍ଜନ ବିଶ୍ୱାଳ, ନର୍ମଦା ନାୟକ,ସଚିନ୍ଦ୍ର ସାହୁ, ଉମେଶ ସାହୁ, ରବିନ୍ଦ୍ର ମହାନ୍ତି, ସରଞ୍ଚ ଭବାନୀ ଶଙ୍କର ସାମଲ, ଜୟନ୍ତ ବିଶ୍ୱାଳ, ସୁଧାଂଶୁ ଶେଖର ପାଣି, ଭାନୁ ପ୍ରତାପ ସାମଲ, ଖଗେଶ୍ୱର ସାହୁ, ସଂଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।