ବରଗଡ :- ପୁରୁଷ ପ୍ରଧାନ ସମାଜରେ ଆଜିବି ଅନେକ ସ୍ଥାନରେ ମହିଳା ମାନଙ୍କୁ ସେମାନଙ୍କର ଉପଯୁକ୍ତ ସମ୍ମାନ ମିଲିପାରୁ ନାହିଁ । ଆଜିବି ବିଭିନ୍ନ ସ୍ଥାନରେ ଅବହେଳା ଓ ନିର୍ଯାତନା ର ଶିକାର ହେଉଛନ୍ତି ମହିଳା । ଆଜି ମହିଳା ମାନେ ମହାକାଶ କୁ ପହଂଛି ସାରିଲେଣି ତଥାପି ସମାଜର ଅନେକ କ୍ଷେତ୍ରରେ ମହିଳା ମାନେ ଅବହେଳିତ । ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ , ଅଧିକାର ଓ ସେମାନଙ୍କୁ ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିରେ ସନ୍ଦେହ ନାହିଁ କିନ୍ତୁ ଆଜି ବି ସମସ୍ୟା ରହିଛି । ମୁଖ୍ୟ ସମସ୍ୟା ହେଉଛି ସଚେତନତା ଓ ଶିକ୍ଷା ର ଅଭାବ । ମହିଳା ମାନେ ଶିକ୍ଷିତ ହେଲେ ଭବିଷ୍ୟତ ଶିକ୍ଷିତ ହେବ ଏଥିରେ ସନ୍ଦେହ ନାହିଁ ।
ଡାକ୍ତର କେ . ତନୟା ରାଉତରାୟ ବର୍ତମାନ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷା । ଏକ ମଧ୍ୟବିତ୍ତ ପରିବାରରୁ ଆୟୁର୍ବେଦ ର ଏମଡି ପର୍ଯନ୍ତ ଯାତ୍ରା ଆଜିର ମହିଳା ସଶକ୍ତିକରଣ କୁ ପ୍ରମାଣ କରିବା ସହିତ ସମସ୍ତଙ୍କର ପାଇଁ ପ୍ରେରଣା । ଡାକ୍ତର ରାଉତରାୟ କଲେଜ ଶିକ୍ଷା ସରିବା ପରେ ରାଜସ୍ଥାନ ଜୟପୁରରୁ ଏମଡି ଡିଗ୍ରୀ ହାସଲ କରିବା ପରେ ଗତ ଏଗାର ମସିହାରୁ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ କାର୍ଯରତ ଓ ଗତ ଜାନୁଆରୀ ମାସର ଏକ ତାରିଖରୁ ଏହି ଅନୁଷ୍ଠାନ ର ଅଧ୍ୟକ୍ଷ ପଦରେ କାର୍ଯ କରୁଛନ୍ତି । ତାଙ୍କର କହିବା ଅନୁସାରେ ମହିଳା ସମ୍ବିଧାନ ଭାରତର ମହିଳା ମାନଙ୍କୁ ସବୁ ଅଧିକାର ଦେଇଛି କିନ୍ତୁ ସାମାଜିକ ସଚେତନତାର ଅଭାବ କାରଣରୁ ତୃଣମୂଳ ସ୍ଥରରେ ଏ ସବୁ କାର୍ଯକାରୀ ହୋଇ ପାରୁ ନାହିଁ । ମହିଳା ମାନଙ୍କୁ ପ୍ରଦାନ ଜରାଯାଇଥିବା ଅଧିକାର ବାବଦରେ ପ୍ରତ୍ୟେକ ନାଗରିକ କୁ ସଚେତନ ହେବାକୁ ପଡିବ । ମହିଳା ମାନଙ୍କର ଭିତରେ ଆତ୍ମବିଶ୍ବାସ ଜାଗ୍ରତ କରେଇବା ପାଇଁ ସବୁ ସ୍ତରରେ ବ୍ୟାପକ ପ୍ରୟାସ ହେବା ଜରୁରୀ । ପ୍ରତ୍ୟେକ ନାରୀ ଭିତରେ ରହିଥିବା ଲୁକ୍କାୟିତ ଶକ୍ତିକୁ ଖୋଜି ବାହାର କରି ସମାଜ ସମ୍ମୁଖରେ ଉପସ୍ଥାପନ କରିବାକୁ ପଡିବ । ମହିଳା ମାନଙ୍କୁ ଆଗକୁ ନେବା ପାଇଁ ଓ ସସକ୍ତ କରିବା ପାଇଁ ସାମାଜିକ କୁରିତି ସବୁକୁ ଯଥା ଶୀଘ୍ର ଶେଷ କରିବାକୁ ପଡିବ । ଆହୁରି ମଧ୍ୟ ସରକାର ଙ୍କର ସହିତ ସମାଜର ସବୁ ବର୍ଗର ଲୋକ ସଂଗଠିତ ହୋଇ ଅନ୍ତରିକତାର ସହିତ ପ୍ରୟାସ କଲେ ଯାଇ ମହିଳା ମାନଙ୍କର ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର କୁ ରୋକା ଯାଇ ପାରିବ ଓ ପ୍ରତ୍ୟେକ ମହିଳା ମାନେ ଶିକ୍ଷିତ ସ୍ୱାବଲମ୍ବୀ , ଆତ୍ମନିର୍ଭର ଓ ସସକ୍ତ ହୋଇ ପାରିବେ ବୋଲି ଡାକ୍ତର ରାଉତରାୟ ଆଶା ପ୍ରକଟ କରିଛନ୍ତି ।