ବରଗଡ / ଭଟଲି ( ସୁଧୀର ତ୍ରିପାଠୀ ) : ଜଳ ହିଁ ଜୀବନ । ପିଇବା ପାଇଁ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ସମସ୍ତଙ୍କର ଆବଶ୍ୟକ । ଲୋକଙ୍କୁ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ଯୋଗେଇ ଦେବା ପାଇଁ ରାଜ୍ୟ ସରକାର ନିୟମିତ ଭାବରେ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏହି କ୍ରମରେ ଆଜି ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ପଂଚାୟତର ଘୁମୁନିପାଲି ଗାଁରେ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଶୁଭ ଉଦଘାଟନ କରିଛନ୍ତି । ୫୦ ହଜାର ଲିଟର ଧାରଣ କ୍ଷମତା ଥିବା ପାଣି ଟାଙ୍କିରୁ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ସରପଞ୍ଚ ଘୋଷାମଣୀ ବାଗ, ସଚିଦା ନାଗ,ରାଧାକାନ୍ତ ଭୁଏ,ଭୀମସେନ ସାବତ,ଦେବେନ୍ଦ୍ର ଦେହେରି,ସୂର୍ଯ୍ୟମଣୀ ବେହେରା ତଥା ଗାଁର ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ହେବା ଦ୍ୱାରା ଗାଁ ର ଜଳକଷ୍ଟ ଦୂର ହେବ ବୋଲି ଗ୍ରାମବାସୀ ମାନେ ଜଣାଇଛନ୍ତି ।
ରାଜ୍ୟ
ଘୁମୁନିପାଲିରେ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ
- Hits: 718