ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲ ର 115 ରୁ ଉର୍ଦ୍ଧ୍ବ ସ୍ଥାନରେ ଲାଗିଛି ନିଆଁ । କେତେକ ସ୍ଥାନରେ ଜଙ୍ଗଲରେ ଲାଗିଥିବା ନିଆଁ କୁ ଖୁବ କମ ସମୟରେ ଆୟତ୍ତ କରାଯାଇ ପାରୁଛି ତ ଆଉ ବହୁତ ସ୍ଥାନରେ ନିଆଁ ଆୟତ୍ତ କରିବା କାର୍ଯ୍ୟ କଷ୍ଠସାଧ୍ୟ ହେଉଥିବା କହିଛନ୍ତି ସମ୍ବଲପୁର DFO ଡକ୍ଟର ସଞ୍ଜିତ କୁମାର । ଜଙ୍ଗଲ ନିଆଁ ଲଗାଇବା ବିରୋଧରେ ବହୁତ ଗୁଡିଏ କଠୋର ନିୟମ କରାଯାଇଥିବା DFO ସୂଚନା ଦେଇଛନ୍ତି । ନିଆଁ ଲଗାଇଲେ ତୁରନ୍ତ ଗିରଫ ଓ ନିଆଁ ଲଗାଳି ସମ୍ପର୍କରେ ସୂଚନା ଦେଲେ ସୁଚନା ଦେଇଥିବି ବ୍ୟକ୍ତି ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ପାଇଁ ଜିଲା ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସମ୍ବଲପୁର ଜିଲ୍ଲା ରେ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ କୁ ତୁରନ୍ତ ଆୟତ୍ତ କରିବା ପାଇଁ ୧୨୦ ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିବା ସମ୍ବଲପୁର ଡିଏଫଓ କହିଛନ୍ତି ।