ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରସିକରାଜ ମନ୍ଦିର ପରିସରରେ ପ୍ରଗତିଶୀଳ ଜିଲ୍ଲା ମହିଳା ସଂଗଠନ "ଅନନ୍ୟା"-ଗଜପତି ପକ୍ଷରୁ ସଂଗଠନର ସଭାନେତ୍ରୀ ଶ୍ରୀମତୀ ମମତା ଆପଟଙ୍କ
ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ପୂଜ୍ୟ ହରେ ରାମକୃଷ୍ଣ ଚୌଧୁରୀ ଉଦ୍ଘାଟକ ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟଅତିଥି ରୂପେ ପଣ୍ଡିତ ନରସିଂହ ଗୌଡ଼ , ସମ୍ପାଦିକା ତନୁଜା ଶତପଥୀ ଏବଂ ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା , ଜେ. ନର୍ମଦା ଦାସ , ମୁରଲୀଧର ପରିଛା , ସୁକାନ୍ତିରାଣୀ ପାଢ଼ୀ ପ୍ରମୁଖ ମଞ୍ଚାସୀନ କରି ମହିଳା ନେତୃତ୍ୱ , ସମ୍ମାନ , ଅଧିକାର , ପୁରୁଷଙ୍କ ସହିତ ସମକକ୍ଷ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଗୁରୁ ନରସିଂହ ପ୍ରସାଦ ପାଢ଼ୀଙ୍କ ପରିଚାଳନା ଏବଂ ତନୁଜା ଶତପଥିଙ୍କ ରଚିତ ସଂଗୀତ ପ୍ରଥମେ ଆବହ ସଙ୍ଗୀତ ସମୂହ ଗାନ କରାଯାଇଥିଲା ।ଏହି ଶୁଭ ଅବସରରେ ବହୁଗୁଣରେ ପାରଦର୍ଶିତା ଲାଭ କରିଥିବା ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ସମ୍ପାଦିକା ସୁଶ୍ରୀ ଡି.ପ୍ରିୟଙ୍କାଙ୍କୁ ଅନନ୍ୟା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମହିଳା ମାନଙ୍କ ନିମନ୍ତେ ହୁଳହୁଳି , ଶଙ୍ଖଫୁଙ୍କା , ଝୋଟି , ଅଳତା ଓ ମେହେନ୍ଦୀ ଲଗାଇବା ଏବଂ ଓଢଣୀ ଦିଆ ପ୍ରଭୃତି ପ୍ରତିଯୋଗିତାରେ ୧୮ବର୍ଷରୁ ୫୦ ବର୍ଷୀୟ ନାରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପୁରଷ୍କାର ଓ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଶେଷରେ ଅନୁଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଚୌଧୁରୀ , ତ୍ରିପତି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।