ଭାରତୀୟ ମାନକ ବ୍ୟୁରୋର ଦଶମ ରାଜ୍ୟସ୍ତରୀୟ କମିଟି ବୈଠକ
ଭୁବନେଶ୍ୱର: ଉପଭୋକ୍ତାମାନେ ଯେପରି ଉନ୍ନତ ମାନର ଦ୍ରବ୍ୟ ଓ ସେବା ପାଇବେ ସେଥି ନିମନ୍ତେ ଉତ୍ପାଦିତ ଦ୍ରବ୍ୟ ଓ ସେବା ଯୋଗାଣର ମାନରେ ଉନ୍ନତି ଆଣିବାକୁ ପଡ଼ିବା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଧାର୍ଯ୍ୟ ମାନ ଅନୁଯାୟୀ ଉନ୍ନତ ମାନର ଦ୍ରବ୍ୟ ନିର୍ମାତାମାନେ ଉତ୍ପାଦନ କରିବା ଓ ଗ୍ରାହକମାନେ ବ୍ୟବହାର କରିବା ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛିା ସଂପ୍ରତି ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଥିବା ପରିପ୍ରେକ୍ଷୀରେ ଉତ୍ପାଦିତ ଦ୍ରବ୍ୟର ଦେଶ ଓ ବିଦେଶରେ ଚାହିଦା ବୃଦ୍ଧି ନିମନ୍ତେ ନିର୍ଦ୍ଧାରିତ ମାନକକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବାକୁ ପଡ଼ିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଆଜି ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ), ଭୁବନେଶ୍ୱର ଆନୁକୂଲ୍ୟରେ ମାନକୀକରଣ ଏବଂ ଗୁଣବତ୍ତା ପ୍ରଣାଳୀ ସମ୍ବନ୍ଧୀୟ ଦଶମ ରାଜ୍ୟସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବ୍ୟୁରୋର କାର୍ଯ୍ୟକୁ ରାଜ୍ୟର ଉପଭୋକ୍ତାମାନଙ୍କ ସ୍ୱାର୍ଥର ସୁରକ୍ଷା ଦୃଷ୍ଟିରୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛିା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ୨୦ ହଜାରରୁ ଅଧିକ ଦ୍ରବ୍ୟ ନିମନ୍ତେ ମାନକ ପ୍ରସ୍ତୁତ କରାଯାଇଥିବାବେଳେ ବିଦେଶରୁ ଆମଦାନୀ କରାଯାଉଥିବା ଦ୍ରବ୍ୟଗୁଡ଼ିକ ଯେପରି ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଧାର୍ଯ୍ୟ ମାନକ ଅନୁଯାୟୀ ହୋଇଥିବ |
ସେଥି ନିମନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛିା ୨୦୨୧ ଜୁନ ପହିଲାରୁ ହଲ୍ମାର୍କ ସୁନାଗହଣା ବିକ୍ରିକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ବିକ୍ରି ହେଉଥିବା ପିଇବା ପାଣିର ମାନ ନିର୍ଦ୍ଧାରଣ କରିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ଏଥି ସହିତ ବିଦେଶକୁ ରପ୍ତାନୀ ହେଉଥିବା, ସରକାରଙ୍କୁ ଯୋଗାଣ ହେଉଥିବା ଦ୍ରବ୍ୟ ଏବଂ ସାଧାରଣ ଖାଉଟି ବ୍ୟବହାର କରୁଥିବା ଦ୍ରବ୍ୟ ଗୋଟିଏ ମାନର ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲୋ ସଂପ୍ରତି ଉତ୍ପାଦିତ ଦ୍ରବ୍ୟର ମାନ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟରେ ଅଧିକ ସଂଖ୍ୟକ ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭାରତୀୟ ମାନକ ବୁ୍ୟରୋର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲୋ
ଦେଶରେ ସଂପ୍ରତି ଖାଉଟି ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଥିବା ପରିପ୍ରେକ୍ଷୀରେ ନୂତନ ଆଇନକୁ ଦୃଷ୍ଟିରେ ରଖି ଭାରତୀୟ ମାନକ ବୁ୍ୟରୋ ତା'ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ କହିଥିଲୋ ଦ୍ରବ୍ୟର ଗୁଣବତ୍ତା ବଜାୟ ରଖିବା ନିମନ୍ତେ ମାନକ ପରୀକ୍ଷଣ ବାଧ୍ୟତାମୂଳକ କରାଯିବା ସହିତ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ନକଲି ଦ୍ରବ୍ୟ ବିକି୍ର ବିରୋଧରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମନ୍ତ୍ରୀଗୁରୁତ୍ୱାରୋପ କରିଥିଲେ