ହେଡଲାଇନସ୍:

ଜଡାଙ୍ଗବାଲି ଗ୍ରାମରେ ନିର୍ମିତ ହେଉ ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡ ଅଧୀନରେ ରହିଛି ଜଡାଙ୍ଗବାଲି ଗ୍ରାମ I ଏହି ଗ୍ରାମରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି I କିନ୍ତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ ନ ଥିବାରୁ ମହିଳାମାନେ ଖରାବର୍ଷାରେ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା ବଜେପି ନଗର ସଭାପତି ଉଦେଶନ ପ୍ରକାଶ କରିଛନ୍ତି I ତେଣୁ ସରକାରଙ୍କ ଦ୍ୱାରା ମାଁ ବରାଳିନୀ ପୀଠ ନିକଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭା ଗୃହ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ର ମହିଳା ଶୋୟଂ ସହାୟକ ଗୋଷ୍ଠୀ ଏବଂ ବିଜେପି ଘୁ.ଉଦୟଗିରି ନଗର ବଜେପି ସଭାପତି ଉଦେଶନ ପ୍ରଧାନ ଦାବୀ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି I ମାଁ ବରାଳିନୀ ପୀଠ ନିକଟ ସରକାରୀ ଜମିରେ ସଭାଗୃହ ନିର୍ମାଣ ହେଲେ ଜଡାଙ୍ଗବାଲି, ହାତିବଲି, ମା କଲୋନୀ, ବ୍ୟାଙ୍କ କଲୋନୀର ଶୋୟଂ ସହାୟକ ଗୋଷ୍ଠୀ ଏବଂ ସାଧାରଣ ଜନତା ଉପକୃତ ହେବେ ବୋଲି ଶ୍ରୀକ୍ଷେତ୍ର ମହିଳା ଶୋୟଂ ସହାୟକ ଗୋଷ୍ଠୀର ସଭାପତି ଝରଣା ପ୍ରଧାନ ଦାବୀ କରିଛନ୍ତି I ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ଗଠିତ ହେବାର ୪୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତି ଯାଇ ଥିଲେ ମଧ୍ୟ ଜଡାଙ୍ଗବାଲି ଗ୍ରାମରେ ବସବାସ କରୁ ଥିବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ଜନସାଧରଣ ସରକାରଙ୍କ ବିକାଶ ଧାରାରୁ ବଞ୍ଚିତ ବୋଲି ଶ୍ରୀକ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ମିନାକ୍ଷୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି I  ଯଦି ପ୍ରଶାସନ ମାଁ ବରାଳିନୀ ପୀଠ ଠାରେ ମହିଳା ସ୍ୱୟଂ  ସହାୟକ ଗୋଷ୍ଠୀ ଗୃହ ନିର୍ମାଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳ ନ କରାଯିବ ବୋଲି ବଜେପି ନଗର ସଭାପତି ଉଦେଶନ ପ୍ରଧାନଙ୍କ ସମେତ ଜାଡାଙ୍ଗବାଲି ଗ୍ରାମର ମହିଳା ସିନେମା ପ୍ରଧାନ, ବଡସୁନ୍ଦରୀ ସାହୁ, କଲାବତୀ ସାହୁ, ପ୍ରମୋଦା ନାୟକ, ରଶ୍ମିତା ପ୍ରଧାନ, ଚିଲିକା ସାହୁ, ସେବତୀ ପ୍ରଧାନ, ସରିତା ନାୟକ, ଉତ୍ତମା ନାୟକ, ଲୁଚିମା ପ୍ରଧାନ, ବୈଇଦେହୀ ପ୍ରଧାନ, ଜ୍ୟୋତି ପ୍ରଧାନ, ସମିତା ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି I 

0
0
0
s2sdefault