ହେଡଲାଇନସ୍:

ପଞ୍ଚ ଦିବସୀୟ ମା କାଳୀକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ):  କୋକସରା ବ୍ଲକ ଅନ୍ତର୍ଗତ କୁଶୁମଖୁଣ୍ଟି ଖେଳ ପଡ଼ିଆ ଠାରେ କୁଶୁମଖୁଣ୍ଟି ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ଚାଲିଥିବା ପଞ୍ଚ ଦିବସୀୟ ମା କାଳୀକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇ ଯାଇଛି। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଶକ୍ତି, ଶିଳ୍ପ,ଏମ୍.ଏସ୍.ଏମ୍.ଇ., ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ ଦିଶାରି, ଧର୍ମଗଡ଼ ବିଧାୟକ ଶ୍ରୀ ମୌଷଧି ବାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରତିଯୋଗୀ ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ବିଜୁ ଯୁବ ଜନତା ଦଳ ଉପସଭାପତି ଶ୍ରୀ ମଣ୍ଟୁ ନାଏକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଆଦିତ୍ୟ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଏସ୍. ଟି. ସେଲ୍ ସଭାପତି ଇଂ. ଶୁଶୀଲ  ଶବର ଅଧ୍ୟକ୍ଷତା କରିଥିବା ବେଳେ  କୁଶୁମଖୁଣ୍ଟି ଯୁବ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

0
0
0
s2sdefault