ପଦ୍ମପୁର- ରାଜବୋଡାସମ୍ବର ପଦ୍ମପୁର ହାଇସ୍କୁଲ ପଡିଆ ଠାରେ ଆଜି ଠାରୁ ମାରିଓ ମେଲଟା ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଜୋନ ଉଦଘାଟିତ ହୋଇଯାଇଛି lଉକ୍ତ ଟୁର୍ଣ୍ଣାମେଣ୍ଟରେ ପଦ୍ମପୁର ସବଡିଭିଜନ ର ସମୁଦାୟ ୮ ଟି ଦଳ ଅଂଶଗ୍ରହଣ କରିଛନ୍ତି lଟୁର୍ଣ୍ଣାମେଣ୍ଟ କୁ ବରଗଡ ଜିଲ୍ଲା ଏଥେଲେଟିକ ଆସୋସିଏସନ୍ ଏବଂ ବୋଡାସମ୍ବର ସ୍ପୋଟିଂ ସହଭାଗିତା ରେ ମାର୍ଚ୍ଚ ୩ ତାରିଖରୁ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି l ପଦ୍ମପୁର ଜୋନ ରୁ ଯେଉଁ ଦଳ ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହେବ ସେଇ ଦଳ କୁ ବରଗଡ ରେ ବରଗଡ ଜୋନ ସହ ଫାଇନାଲ ମ୍ୟାଚ ଖେଳିବ lଆଜି ଏହି ଟୁର୍ଣ୍ଣାମେଣ୍ଟ ସଭାପତି ଜିଲ୍ଲା କ୍ରିକେଟ ଆସୋସିଏସନର ଶ୍ରୀ ହର ପ୍ରଧାନ, ସମ୍ପାଦକ ଜିଲ୍ଲା ଏଥେଲେଟିକ ଆସୋସିଏସନ ଅମୀୟ ଭୂଷଣ ସାହୁ, ଜିଲ୍ଲା କମିଟି ଏଥେଲେଟିକ ଆସୋସିଏସନ୍ ର ଉପଦେଷ୍ଟା ମଣ୍ଡଳୀ ର ଦିଲ୍ଲିପ ସାଞ୍ଜଡିଆ,ପ୍ରଦୀପ ସାହୁ,ସମ୍ପାଦକ ବୋଡାସମ୍ବର ସ୍ପୋଟିଂ ଭରତ ପଣ୍ଡା,ସଭାପତି ବୋଡାସମ୍ବର ସ୍ପୋଟିଂ ସୁନିଲ ସାହୁ ଯୋଗଦାନ କରିଥିଲେ lମୁଖ୍ୟ ଅତିଥି ଭାବେ ବୋଡାସମ୍ବର ସ୍ପୋଟିଂ ର ସିନିୟର୍ ମେମ୍ବର ଶ୍ରୀ ପ୍ରଶାନ୍ତ ମହାନ୍ତି ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିକାର ପ୍ରଥମ ମ୍ୟାଚ ନେହେରୁ ଯୁବକ ସଂଘ ଜଗଦଲପୁର ସହ ଜନ କଲ୍ୟାଣ ପରିଷଦ ମେଲଛାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ l
ରାଜ୍ୟ
ମାରିଓ ମେଲଟା ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l
- Hits: 733








